ତେଲ ଦରରେ ଲାଗୁନି ବ୍ରେକ୍

ଭୁବନେଶ୍ୱର: ତେଲ ଦରରେ ଲାଗୁନି ବ୍ରେକ୍ । ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ଲଗାତର ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ବଢିଲା ତେଲ ଦର । ପେଟ୍ରୋଲ ଓ ଡିଜେଲ ଦର ପୁଣି ବୃଦ୍ଧି ପାଇଛି । ପୁଣି ପେଟ୍ରୋଲ ଲିଟର ପିଛା ୩୭ ପଇସା ଓ ଡିଜେଲ ୪୦ ପଇସା ମହଙ୍ଗା ହୋଇଛି । । ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୧୧୦ ଟଙ୍କା ୬୯ ପଇସା ଓ ଡିଜେଲ ଲିଟର ୧୦୭ ଟଙ୍କା ୩୯ ପଇସା ହୋଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ବଢିବା ଦ୍ୱାରା ସରକାରୀ କମ୍ପାନି ଗୁଡିକ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢାଇ ଚାଲିଛନ୍ତି । ହେଲେ ତେଲରୁ ସରକାର ଆଦାୟ କରୁଥିବା ଚଢା ଟିକସ ସାଧାରଣ ଲୋକଙ୍କୁ ଅଣନିଶ୍ୱାସି କରିଦେଇଛି ।

Share

Leave a Reply

Your email address will not be published. Required fields are marked *

5 + 15 =