ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟି ନେଲେ ୨୦ଲକ୍ଷ

ପେଟ୍ରୋଲ ପମ୍ପରୁ ଲୁଟ୍।  କେନ୍ଦୁଝର ସଦର ଥାନା ପଦ୍ମପୁର ପୁଟୁଳିଆ ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପରୁ ଲୁଟ୍ । ତେଲ ପକାଇବା ବାହାନାରେ ଦୁଇଟି ମୋଟର ସାଇକଲରେ ୬ ଜଣ ମୁଖାଧାରୀ ଦୁର୍ବୃତ୍ତ ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ । ଏହାପରେ ତେଲ ଦେଉଥିବା କର୍ମଚାରୀ ଓ କାଉଣ୍ଟରରେ ଥିବା ମ୍ୟାନେଜର ମୁଣ୍ଡରେ ବନ୍ଧୁକ ରଖି ଟଙ୍କା ମାଗିଥିଲେ ।

ଦେଖୁ ଦେଖୁ ଆଖି ପିଛୁଳାକେ ପେଟ୍ରୋଲ ପମ୍ପରୁ ଲୁଟି ନେଇଥିଲେ ୨୦ଲକ୍ଷ ଟଙ୍କା । ଏହା ଆଜି ଭୋର ସମୟର ଘଟଣା ବୋଲି ଜଣାପଡିଛି । ଏନେଇ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
Share

Leave a Reply

Your email address will not be published. Required fields are marked *

2 × five =