ବିଧାନସଭାରେ ପେଟ୍ରୋଲ ଦର ତାତି

ଭୁବନେଶ୍ବର () ବିଧାନସଭାରେ ପେଟ୍ରୋଲ ତାତି । ଆଜି ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗରେ ହଟଗୋଳ ସହ ନରବାଜି କରିଥିଲେ । ସେପଟେ ବିଜେପି ବିଧାୟକମାନେ ନିଜ ନିଜ ଆସନରେ ଛିଡ଼ାହୋଇ ଗୁରୁ ଦିବସରେ ଶିକ୍ଷକ ଆନ୍ଦୋଳନର ପ୍ରତିବାଦ କରିଥିଲେ।

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ତେଲ ଦର ନିୟନ୍ତ୍ରିତ ହେଉନି । କଂଗ୍ରେସ ବିଧାୟକଙ୍କ ନରବାଜି ଯୋଗୁ ଦୁଇଥରରେ ବିଧାନସଭା ଦିନ ସାଢେ ବାରଟା ଯାଏଁ ବିଧାନସଭା ମୁଲତବୀ ହୋଇଥିଲା ।

କଂଗ୍ରେସ ଅଭିଯୋଗ କରିଛି ଯେ, 2008ରେ ଆନର୍ଜତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା 147 ଡଲାର ଥିବାବେଳେ ପେଟ୍ରୋଲ ଦର ଲିଟର ପିଛା 47 ଟଙ୍କା ଥିଲା । ଏବେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା 70ରୁ 77 ଡ଼ଲାର ମଧ୍ୟରେ ସୀମିତ ରହୁଛି । କିନ୍ତୁ ପେଟ୍ରୋଲ ଦର 80 ଟଙ୍କା ଛୁଇଁଲାଣି । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ । ରାଜ୍ୟ ସରକାର ଚାହିଁଲେ ଭାଟ ଛାଡ କରିବା ସହ ପେଟ୍ରୋଲିୟମ ଜାତ ସାମଗ୍ରୀକୁ ରାଜ୍ୟ ଜିଏସ୍ଟି ପରିସରଭୁକ୍ତ କରିପାରିବେ । ସେହିପରି କେନ୍ଦ୍ର ସରକାର ମଧ୍ୟ ପେଟ୍ରୋଲିୟମଜାତ ସାମଗ୍ରୀକୁ ଜିଏସ୍ଟି ପରିସରଭୁକ୍ତ କରିବାକୁ କଂଗ୍ରେସ ଦାବି କରିଛି ।

ସେପଟେ ବିଜେପି ଗୁରୁ ଦିବସରେ ଶିକ୍ଷକ ଆନ୍ଦୋଳନକୁ ନେଇ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗକୁ ଘେରିଛି । ଚଳିତବର୍ଷ ବର୍ଷରେ ବିଧାନସଭା ସମ୍ମୁଖରେ ଶିକ୍ଷକମାନେ କଳା ବ୍ୟାଚ ପିନ୍ଧି ଆନ୍ଦୋଳନ କରୁଥିବା ବେଳେ ସରକାର ଏବର୍ଷ ରାଜ୍ୟସ୍ତରୀୟ ଗୁରୁ ଦିବସ ପାଳନ କରୁନାହାନ୍ତି । ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ଗ୍ରାମାଞ୍ଚଳରେ ସ୍କୁଲରେ ତାଲା ପଡିଛି ।

ପେଟ୍ରୋଲ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛି ବୋଲି ବିଜେପି ସ୍ବୀକାର କରିଛି । କିନ୍ତୁ ଏଥିପାଇଁ ରାଜ୍ୟ ସରକାର ଦାୟୀ । ରାଜ୍ୟ ସରକାର ଭ୍ୟାଟ ହ୍ରାସ କରିବାକୁ ବିଜେପି ଦାବି କରିଛି । କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ପ୍ରଶ୍ନକାଳ ମାତ୍ର ଏକ ମିନିଟ ପରେ ପୂର୍ବାହ୍ନ ସାଢେ 11ଟା ଯାଏଁ ବିଧାନସଭା ମୁଲତବି ରହିଥିଲା । ସାଢେ 11ଟାରେ ପୁଣି ଥରେ ବିଧାନସଭା ଆରମ୍ଭ ହେବା ପରେ ବିରୋଧୀ ଦଳ ନେତା ନିରସିଂହ ମିଶ୍ର ସାଲେପୁର ବିଧାୟକ ପ୍ରକାଶ ବେହେରା ଗୃହର ମଧ୍ୟଭାଗରେ ଧାରଣା ଦେଇଥିବା ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ କହିଥିଲେ ଯେ, ସାଲେପୁରକୁ ଏନଏସିର ମାନ୍ୟତା ଦେବାକୁ ବିଧାୟକ ବାରମ୍ବାର ଦାବି କରୁଥିଲେ ବି ଗୃହ ଓ ନଗର ଉନ୍ନୟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି ।

ସେହିପରି ସେ ପେଟ୍ରୋଲ ଓ ଡିଜେଲ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରି ଏହାର ତୁରନ୍ତ ସମାଧାନ ଦାବି କରିଥିଲେ । ବିଧାନସଭାରେ ଆବଶ୍ୟକ ସଂଖ୍ୟାକ କର୍ମଚାରୀଙ୍କ ଅଭାବ ଯୋଗୁଁ ସୃଷ୍ଟି ହେଉଥିବା ଅଚଳାବସ୍ଥା ସଂପର୍କରେ ମଧ୍ୟ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

fifteen − ten =