ପେଟ୍ରୋଲ୍ ଓ ଡିଜେଲ୍ ଉପରେ ବଢିଲା ଭାଟ୍‌

ଭୁବନେଶ୍ୱର() ତୈଳ ଦର ଉପରେ ରାଜ୍ୟ ସରକାର ବଢାଇଲେ ଭାଟ୍ । ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଯଥାକ୍ରମେ ୬ ଓ ୨ ପ୍ରତିଶତ ଭାଟ୍ ବୃଦ୍ଧି କରିଛନ୍ତି ସରକାର । ଏହାଦ୍ୱରା ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩ଟଙ୍କା ୧୧ ପଇସା ଓ ଡିଜେଲ୍ ଦର ୧ଟଙ୍କା୦୩ ପଇସା ବୃଦ୍ଧି ପାଇବ ।
ପେଟ୍ରୋଲ୍ ଉପରେ ରାଜ୍ୟ ସରକାର ୨୬% ଭାଟ୍ ଆଦାୟ କରୁଥିବାବେଳେ ଏବେ ୩୨ ପ୍ରତିଶତ ଭାଟ୍ ଆଦାୟ ହେବ । ଡିଜେଲ୍ ଉପରେ ସେହିଭଳି ଭାଟ୍ ୨୬ ରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି ବୃଦ୍ଧି ଫଳରେ ଭୁବନେଶ୍ୱରରେ ପେଟ୍ରୋଲ୍ ଲିଟର ପିଛା ୭୧.୬୯ ଟଙ୍କା ଓ ଡିଜେଲ୍ ଦଳ ୬୭.୭୩ ଟଙ୍କା ହେବ । ବର୍ଦ୍ଧିତ ଦର ୧୭ ତାରିଖ (ଆସନ୍ତାକାଲି)ରୁ ଲାଗୁ ହେବ ।
କେନ୍ଦ୍ର ସରକାର ପେଟ୍ରୋଲ୍ ଓ ଡିଜେଲ୍ ଉପରେ ସେସ୍ ବୃଦ୍ଧି ପରେ ରାଜ୍ୟ ସରକାର ଏ ନିଷ୍ପ ି ନେଇଛନ୍ତି । ୨୦୧୬ ଜାନୁଆରୀ ୫ ତାରିଖରେ ଶେଷ ଥର ପାଇଁ ରାଜ୍ୟ ସରକାର ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଭାଟ୍ ୨୩ ଓ ୨୬ ପ୍ରତିଶତକୁ ବୃଦ୍ଧି କରିଥିଲେ । ବର୍ଦ୍ଧିତ ଭାଟ୍ ଦର ପରେ ଯେଉଁ ରାଜସ୍ୱ ଆଦାୟ ହେବ ତାହା ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ବିନିଯୋଗ ହେବ ବୋଲି ରାଜ୍ୟ ସରକାର କହିଛନ୍ତି । ଗତ ମେ ୬ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ୍ ଉପରେ ସେସ୍ ଓ ସ୍ୱତନ୍ତ୍ର ଏକ୍ସସାଇଜ୍ ଡ୍ୟୁଟି ୧୦ ଟଙ୍କା ଏବଂ ଡିଜେଲ୍ ଉପରେ ଲିଟର ପିଛା ୧୩ ଟଙ୍କା ବୃଦ୍ଧି କରିଥିଲେ । ଏହାଦ୍ୱାରା କେନ୍ଦ୍ର ସରକାର ପେଟ୍ରୋଲରୁ ଲିଟର ପିଛା ୩୨.୯୮ ଟଙ୍କା ଓ ଡିଜେଲ୍ ଉପରୁ ୩୧.୮୩ ଟଙ୍କା ଟିକସ ଆଦାୟ କରୁଛନ୍ତି । ଏହି ଅନୁପାତରେ ରାଜ୍ୟ ସରକାର ପେଟ୍ରୋଲରୁ ୧୬.୬୦ ଟଙ୍କା ଓ ଡିଜେଲରୁ ୧୪.୩୪ ଟଙ୍କା ଟିକସ ଆଦାୟ କରିବେ ।
ଗତ ମାର୍ଚ୍ଚରୁ ମଇ ମଧ୍ୟରେ ଆସାମ, ନାଗାଲାଣ୍ଡ, ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ, ହରିଆନା, ତାମିଲନାଡୁ ଓ ଦିଲ୍ଲୀ ସରକାର ଭାଟ୍ ଓ ସେଲ୍ ଟାକ୍ସ ବୃଦ୍ଧି କରିଛନ୍ତି । ଭୋପାଳରେ ଏବେ ପେଟ୍ରୋଲ୍ ଲିଟର ୭୭.୫୮ ଟଙ୍କା, ମୁମ୍ବାଇରେ ୭୬.୩୧ ଟଙ୍କା, କୋଲକାତାରେ ୭୩.୩୦ଟଙ୍କା, ହାଇଦ୍ରାବାଦରେ ୭୩.୭୯ ଟଙ୍କା, ବିଶାଖାପାଟଣାରେ ୭୩.୫୫ ଟଙ୍କା, ଚେନ୍ନାଇରେ ୭୫.୫୪ ଟଙ୍କା, ବାଙ୍ଗାଲୋରରେ ୭୩.୫୫ ଟଙ୍କା, ଜୟପୁରରେ ୭୫.୭୦ ଟଙ୍କା, ପାଟନାରେ ୭୪.୨୫ ଟଙ୍କା ଓ ଗୌହ୍ୱାଟିରେ ୭୭.୪୬ ଟଙ୍କା ରହିଛି । ସେହି ଅନୁପାତରେ ଦେଶର ଅନ୍ୟ ସହର ତୁଳନାରେ ଭୁବନେଶ୍ୱରେ ପେଟ୍ରୋଲ୍ ଦର ଅନୁାପାତିକ କମ୍ ରହିଛି ।
ସେହିଭଳି ଡିଜେଲ୍ ଦର ଭୋପାଳରେ ୬୮.୨୯ ଟଙ୍କା, ମୁମ୍ବାଇରେ ୬୬.୨୧ଟଙ୍କା, ହାଇଦ୍ରାବାଦରେ ୬୭.୮୨ ଟଙ୍କା, ବିଶାଖାପାଟଣାରେ ୬୭.୪୯ ଟଙ୍କା, ଚେନ୍ନାଇରେ ୬୮.୨୨ଟଙ୍କା, ଦିଲ୍ଲୀରେ ୬୯.୩୯ ଟଙ୍କା, ଜୟପୁରରେ ୬୯.୮୨ ଟଙ୍କା ଓ ଗୌହ୍ୱାଟିରେ ୭୦.୫୦ ଟଙ୍କା ରହିଛି । ଦେଶର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସହର ତୁଳନାରେ ଭୁବନେଶ୍ୱରରେ ଡିଜେଲ୍ ଦର ଆନୁପାତିକ ଭାବେ ସମାନ କିମ୍ବା କମ୍ ରହିିଛି ।

Share

Leave a Reply

Your email address will not be published. Required fields are marked *

seventeen − 13 =