ଭୁବନେଶ୍ବରରେ ସ୍ଥାୟୀ ଜନଜାତି ହାଟ

ପାଠ ପଢ ଓ ଅନ୍ୟମାନଙ୍କୁ ପଠା ପଢିବାକୁ ଉତ୍ସାହିତ କର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ଆଦିବାସୀ ପଡିଆରେ ତିନି ଦିନିଆ ସର୍ଗିଫୁଲ ଉତ୍ସବର ଉଦଘାଟନ କରି ପିଲାମାନଙ୍କୁ ପାଠ ପଢି ସୁନାମ ଅର୍ଜନ କରିବାକୁ ପରାମର୍ଶ ଦେଇଛନ୍ତି । ନିଜେ ପାଠ ପଢିବା ସହ ନିଜ ପରିବାର ଓ ଗାଁର ପିଲାମାନଙ୍କୁ ପାଠ ପଢିବା ପାଇଁ ଉତ୍ସାହିତ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଆଦିବାସୀ ପଡିଆରେ ଜନଜାତି ଲୋକମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଦ୍ରବ୍ୟର ବିକ୍ରିବଟା ପାଇଁ ଏକ ସ୍ଥାୟୀ ହାଟର ଭିତ୍ତିପ୍ରସ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ପ୍ରାୟ 6 ଲକ୍ଷ ଜନଜାତି ଛାତ୍ରଛାତ୍ରୀଙ୍କୁ ଆବାସିକ ସୁବିଧା ଦିଆଯାଇଛି । ସାରା ଦେଶର ସବୁ ରାଜ୍ୟ ମଧ୍ୟରୁ ଓଡିଶାରେ ହିଁ ସର୍ବାଧିକ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ଆବାସିକ ସୁବିଧା ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିସହିତ ଜନଜାତି ପିଲାମାନଙ୍କୁ ସହରର ବଡ ବଡ ଘରୋଇ ସ୍କୁଲରେ ଇଂରାଜୀ ମାଧ୍ୟମ ଶିକ୍ଷା ମଧ୍ୟ ଦିଆଯାଉଛି । ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ଆଙ୍କକ୍ଷା କାର୍ଯ୍ୟକ୍ରମ ମଧ୍ୟ କାର୍ଯ୍ୟକାରୀ କରାଯାଉଛି । 19 ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ପିଲାମାନଙ୍କୁ ମାଟ୍ରିକ ପୂର୍ବ ଓ ପରବର୍ତ୍ତି ବୃତ୍ତି ଆକରରେ 1100 କୋଟି ଟଙ୍କା ପ୍ରଦାନ କରାଯାଉଛି । ଏହିସାରିତ ଓବିସି ଓ ଏସଇବିସି ପିଲାମାନଙ୍କ ପାଇଁ 100ଟି ହଷ୍ଟେଲ ଓ ସଂଖ୍ୟାଲଘୁ ପିଲାମାନଙ୍କ ପାଇଁ 40ଟି ହଷ୍ଟେଲ କରିବା ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଜନଜାତି ପିଲାମାନଙ୍କ ପ୍ରତିଭାର ବିକାଶ ଓ ବାହ୍ୟ ପରିବେଶ ସହିତ ଅଭ୍ୟସ୍ତ ହେବା ଏବଂ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ମିଶି ବ୍ୟକ୍ତିତ୍ବ ବିକାଶ କରିବା ପାଇଁ ପ୍ରତିବର୍ଷ ସର୍ଗିଫୁଲ ଉତ୍ସବ ଆୟୋଜନ କରାଯାଉଛି । ତିନି ଦିନ ଧରି ଆୟୋଜିତ ହେଉଥିବା ଏହି ଉତ୍ସବରେ ପ୍ରାୟ 1000 ପିଲା ଯୋଗ ଦେଇଛନ୍ତି । ସାରା ରାଜ୍ୟରେ ଜନଜାତି ପିଲାମାନଙ୍କ ପାଇଁ 4300 ଆବାସିକ ବିଦ୍ୟାଳୟ ଓ 6300 ହଷ୍ଟେଲ ରହିଛି । ବିଭିନ୍ନ ଜନଜାତି ବର୍ଗ ପିଲାମାନଙ୍କ ସଂସ୍କୃତି ଓ ଭାଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେମାନଙ୍କୁ ବହୁଭାଷୀ ଶିକ୍ଷା ମଧ୍ୟ ପ୍ରଦାନ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

three × 3 =