ଭୁବନେଶ୍ୱରରେ ସ୍ଥାୟୀ ମିଶନ ଶକ୍ତି ଆଉଟଲେଟ

ଭୁବନେଶ୍ୱର () ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ମହିଳା ଶିଶୁବିକାଶ ମିଶନ ଶକ୍ତି ପକ୍ଷରୁ ଆୟୋଜିତ ଏକ ୧୨ ଦିନିଆ ମିଶନ ଶକ୍ତି ମେଳା ଉଦଘାଟିତ ହୋଇଛି । ବିଭାଗୀୟ ମନ୍ତ୍ରୀ ଟୁକୁନୀ ସାହୁ ଏହାକୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଭାଗୀୟ ପରାମର୍ଶଦାତା ଡ. ଲୋପାମୁଦ୍ରା ବକ୍ସିପାତ୍ର, ଅତିରିକ୍ତ ଶାସନ ସଚିବ ସୁରେଶ ମହାପାତ୍ର, ମିଶନ ଶକ୍ତିର ବିଭାଗୀୟ ନିର୍ଦ୍ଦେଶକ ସୁଜାତା କାର୍ତିକେୟନ, ମହିଳା ଶିଶୁ ବିକାଶର ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

ସ୍ୱୟଂ ସହାୟକ ମହିଳା ଗୋଷ୍ଠୀର ଉତ୍ପାଦିତ ପଦାର୍ଥର ବିକ୍ରିବଟ୍ଟା ପାଇଁ ଗଣ୍ଡମୁଣ୍ଡାରେ ୭୦ଟି ଦୋକାନ ଖୋଲାଯିବ । ଏଥିରେ ସେମାନଙ୍କର ଉତ୍ପାଦିତ ପଦାର୍ଥର ପ୍ରଦର୍ଶିତ ହେବ । ଏହା ଦ୍ୱାରା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ସେମାନଙ୍କର ବଜାରର ସୁବିଧା ପାଇପାରିବେ ବୋଲି ମିଶନ ଶକ୍ତି ନିର୍ଦ୍ଦେଶିକା କହିଥିଲେ । ଅତିରିକ୍ତ ଶାସନ ସଚିବ ସୁରେଶ ମହାପାତ୍ର କହିଲେ ଯେ, ରାଜ୍ୟରେ ମିଶନ ଶକ୍ତିର ୭୦ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇଛନ୍ତି । ସେମାନଙ୍କ ଉତ୍ପାଦିତ ପଦାର୍ଥର ବଜାର ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମେଳା ହେବ । ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ଇଂଟରନେଟ୍ ମାଧ୍ୟମରେ ଉତ୍ପାଦିତ ପଦାର୍ଥକୁ ଦେଶ ବିଦେଶରେ ବିକ୍ରି କରିବା ପାଇଁ ସୁଯୋଗ ସୃଷ୍ଟି କରାଯାଇ ପାରିଛି ।

ରାଜ୍ୟରେ ୫୦ରୁ ୬୦ ଲକ୍ଷ ବିଦ୍ୟୁତ ଗ୍ରାହକ ରହିଛନ୍ତି । ସେମାନଙ୍କୁ ବିଦ୍ୟୁତ ବିଲ୍ କଲେକସନ କାର୍ଯ୍ୟରେ ନିୟୋଜିତ କରାଯିବ । ପରୀକ୍ଷା ମୂଳକ ଭାବେ ପ୍ରଥମେ ନୟାଗଡ଼ ଜିଲ୍ଲାରେ ଆରମ୍ଭ ହୋଇଛି । ବିଦ୍ୟୁତ କମ୍ପାନୀମାନେ ସେମାନଙ୍କୁ କମିଶନ ଦେବେ । ଯାହାଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଏଥିରେ ଥିବା ସଭ୍ୟା ମାନେ ଆର୍ଥିକ ସ୍ୱଚ୍ଛଳ ହେବେ । ରାଜ୍ୟରେ ଥିବା ବିଭିନ୍ନ ସ୍କୁଲ କଲେଜର ହଷ୍ଟେଲ ମାନଙ୍କରେ ପନି ପରିବା କିଣିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ କରାଯିବ । ଏହି ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କୁ ଯୋଗାଇବେ । ଯାହାଫଳରେ ଶିକ୍ଷକମାନେ ଆଉ ବଜାରକୁ ଯାଇ ପରିବା କିଣିବେ ନାହିଁ । ସେହିପରି ସହରାଂଚଳରେ ବର୍ଜ୍ୟବସ୍ତୁରୁ ଜୈବିକ ସାର ଉତ୍ପାଦନ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରାଯିବ ବୋଲି ଶ୍ରୀ ମହାପାତ୍ର କହିଥିଲେ । ଏହି ମେଳାରେ ୨୦୦ ଷ୍ଟଲ ଖୋଲାଯାଇଛି । ୫୦୦ ମହିଳା ପ୍ରତିନିଧି ଏଥିରେ ଯୋଗ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 2 =