ଟଙ୍କା ଅଭାବରୁ ଡାକ୍ତରଖାନାରେ ବନ୍ଧା ପଡିଲା ରୋଗୀ

କେନ୍ଦୁଝର: ଗରିବଗୁରୁବାଙ୍କ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନାମାନ ଥିଲେ ମଦ୍ୟ ସାଧାରଣ ଜନତାଙ୍କ ଠାରୁ ଏହା ଅନେକ ଦୁରରେ ା ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଶଙ୍କରୀ ଗାଁରେ ା ଟଙ୍କା ଦେଇ ନପାରିବାରୁ ଏକ ଘରୋଇ ଡାକ୍ତରଖାନାରେ ଜଣେ ରୋଗୀ ବନ୍ଧା ପଡ଼ିଛନ୍ତି। ସୂଚନା ଅନୁସାରେ, ଗତ ୧୭ ତାରିଖରେ ତୁଳସୀ ମୁଣ୍ଡାଙ୍କ ସ୍ୱାମୀ ଶୁକଲାଲ ମୁଣ୍ଡା ଓ ତାଙ୍କ ଝିଅ କୁନ୍ତଳାଙ୍କୁ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡାକ୍ତରଖାନା ଆଣିବା ରାସ୍ତାରେ ଝିଅର ମୃତ୍ୟୁ ଘଟିଥିଲା। ଶୁକଲାଲଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ଘରୋଇ ଡାକ୍ତରଖାନାକୁ  ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ୨୦/୨୫ ହଜାର ଟଙ୍କାରେ ଚିକିତ୍ସା ହେବ ବୋଲି କହିବା ପରେ ଶୁକଲାଲଙ୍କ ପତ୍ନୀ ତୁଳସୀ ଛେଳି ଓ ଗାଈ ବିକି ଟଙ୍କା ଯୋଗାଡ଼ କରିଥିଲେ। ପୁଣି ଡାକ୍ତରଖାନା କର୍ତ୍ତୃପକ୍ଷ ଆହୁରି ଟଙ୍କା ମାଗିବାରୁ ଘର ବନ୍ଧା ପକାଇ ଟଙ୍କା ଜମା କରିଥିଲେ। ଏବେ ଡାକ୍ତରଖାନା କର୍ତ୍ତୃପକ୍ଷ ଆହୁରି ୭୦ ହଜାର ଟଙ୍କା ମାଗୁଥିବା ତୁଳସୀ ଅଭିଯୋଗ କରିଛନ୍ତି।ତୁଳସୀ ଅଧିକ ଟଙ୍କା ଦେଇ ନପାରିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଶୁକଲାଲଙ୍କୁ ଛାଡ଼ୁ ନଥିବା ଅଭିଯୋଗ ହୋଇଛି।ସ୍ୱାମୀଙ୍କୁ ମୁକୁଳାଇବା ଲାଗି ତୁଳସୀ ଏବେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

11 + two =