ଅଭୟ ପାଠକଙ୍କ ଗୁମର ଖୋଲିବ SIT

ଭୁବନେଶ୍ୱର() ଆଇଏଫଏସ ଅଭୟକାନ୍ତ ପାଠକ ଗିରଫ ହେବା ମାମଲାରେ ଗୁମର ଖୋଲିବାକୁ ଯାଉଛି ଏସଆଇଟି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସବୁ ଦିଗରୁ ତଦନ୍ତ କରିବ ଏସଆଇଟି । ଏହି ଦତନ୍ତ କରିବାକୁ ଏସଆଇଟି ଟିମ୍ ଗଠନ ହୋଇ ସାରିଛି । ଏସଆଇଟି ଟିମରେ ୨୦ ଜଣ ସଦସ୍ୟ ରହିଛନ୍ତି । ବ୍ୟାଙ୍କ ଅଧିକାରୀ, ବନ ଅଧିକାରୀ, ସମ୍ପର୍କୀୟ, ସହଯୋଗୀଙ୍କୁ ନେଇ ତଦନ୍ତ ହେବ । ୧୬୦ ସିଆରପିସି ଆଧାରରେ ସେମାନଙ୍କୁ ହାଜର ପାଇଁ ନୋଟିସ୍ କରାଯିବ । ଯେଉଁ ସଂସ୍ଥାଗୁଡିକରୁ ମହଙ୍ଗା ଯାନ କ୍ରୟ କରାଯାଇଛି, ତା’ର ମଧ୍ୟ ଯାଞ୍ଚ ହେବ । ସମ୍ପତ୍ତି ଓ ଅନ୍ୟ କେଉଁଠି ନିବେଶ କରାଯାଇଛି, ତାହାର ଯାଞ୍ଚ କରାଯିବ । ତଦନ୍ତ ବେଳେ ଜବତ ରେକର୍ଡ ଓ ଦଲିଲର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ ଏସଆଇଟି ।

Share

Leave a Reply

Your email address will not be published. Required fields are marked *

seven + 9 =