କୃଷକଙ୍କ ପାଇଁ ଗୋଟିଏ ଦେଶ , ଗୋଟିଏ ମାର୍କେଟ ନେଇ ଅଧ୍ୟାଦେଶ

ନୂଆଦିଲ୍ଲୀ() ଆଜି କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆଲୋଚନା ହୋଇଥିଲା । ଏହି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ସୂଚନା ଦେଇ କହିଛନ୍ତି ଯେ କୃଷକ ନିଜ ସାମଗ୍ରୀ ଯେକୌଣସି ଠାରେ ବିକ୍ରି କରିପାରିବେ । ଦେଶର ଯେକୌଣସି ସ୍ଥାନ ଅର୍ଥାତ ଯେଉଁଠି ଅଧିକ ଅର୍ଥ ମିଳିବ ସେଠାରେ ସେମାନେ ସାମଗ୍ରୀ ବିକ୍ରି କରିପାରିବେ । କେନ୍ଦ୍ର ସରକାର ପ୍ରଥମଥର ପାଇଁ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ଅତ୍ୟାବଶ୍ୟକ ଦ୍ରବ୍ୟରୁ ବାଦ ପଡ଼ିଛି ଆଳୁ ଓ ପିଆଜ ଓ ତେଲ । ଅତ୍ୟାବଶ୍ୟକ ଦ୍ରବ୍ୟରୁ ବାଦ ହେଲେ ଚାଷୀ ଲାଭ ପାଇବେ ବୋଲି ସେ କହିଛନ୍ତି । କେବଳ ଜରୁରୀ ପରିସ୍ଥିତିରେ ନିୟମରେ ପରିବର୍ତ୍ତନ କରାଯାଇପାରିବ ବୋଲି ସେ କହିଛନ୍ତି । କୃଷକଙ୍କ ପାଇଁ ଗୋଟିଏ ଦେଶ , ଗୋଟିଏ ମାର୍କେଟ ନେଇ ଅଧ୍ୟାଦେଶ ହୋଇଛି ।

Share

Leave a Reply

Your email address will not be published. Required fields are marked *

four × 3 =