ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ବଲାଙ୍ଗୀର: ସ୍ୱାମୀ ହେଉଛି ସ୍ତ୍ରୀର ରକ୍ଷା କବଚ । ସାତ ଜନ୍ମ ଲାଗି ସାଥୀ ହୋଇ ରହିବାକୁ ଅଗ୍ନୀକୁ ସାକ୍ଷୀ ରଖି ବାହା ହୋଇଥିଲେ । ହେଲେ ଗୋଟିଏ ଜନ୍ମ ଅଧା ହୋଇନି ସ୍ତ୍ରୀ ହାତ ଛାଡ଼ିଛି ସ୍ୱାମୀ । ଅତି ନିର୍ମମ ଭାବେ ହାଣି ପାକଇଛି । ପାରିବାରିକ କଳହର କରୁଣ ପରିଣତି । ସୈତାନ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ନେଇ ହୋଇଛି ଅଭିଯୋଗ । ପାଟଣାଗଡ଼ ସହରଠାରୁ ୨୩ କି.ମି ଦୂରରେ ଥିବା ଲରମ୍ଭା ଥାନା ଅନ୍ତର୍ଗତ ଭରତବାହଳ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଲିଛି। ଗତ ରାତିରେ ସ୍ବାମୀ ପଞ୍ଚୁ ନାଏକ ତାର ସ୍ତ୍ରୀ ଅମ୍ବିକା ଓରଫ ଲିପି ନାଏକକୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିବା ନେଇ ଲରମ୍ଭା ଥାନାରେ ଅଭିଯାଗ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି।

ସୂଚନା ଅନୁସାରେ, ଗତ ରାତ୍ରି ପ୍ରାୟ ୮ଟା ସମୟରେ ସ୍ବାମୀ-ସ୍ତ୍ରୀ ମଧ୍ୟରେ କୌଣସି ବିଷୟକୁ ନେଇ ବଚସା ହେବା ସହ ଜୋର ପାଟିତୁଣ୍ଡ ଶୁଣିବାକୁ ମିଳିଥିବା ପଡୋଶୀ ମାନେ କହିଛନ୍ତି। ସ୍ଥାନୀୟ ଲୋକେ ଘରକୁ ପ୍ରବେଶ କରି ଦେଖିବା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର କବାଟ ପାଖରେ ଅମ୍ବିକା ପଡି ରହିଥିଲେ। ଘଟଣା ସ୍ଥଳରୁ ପଞ୍ଚୁ ଫେରାର ହୋଇ ଯାଇଥିବା ନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇ ଥିଲେ।

Share

Leave a Reply

Your email address will not be published. Required fields are marked *

3 × 4 =