ବଳରାମଙ୍କ ଅଗଣାରେ ପାରିଜାତ ଫୁଲ

କେନ୍ଦ୍ରାପଡ଼ା: ପାରିଜାତ ଫୁଲ  ସ୍ୱର୍ଗରେ ଦେବତାଙ୍କ ବାଟିକାରେ ଫୁଟିଥାଏ । ପାରିଜାତର ଅର୍ଥ ହେଉଛି ସ୍ୱର୍ଗୀୟ । ଏହାର ବାସ ଏବଂ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ବିମୋହିତ କରିଥାଏ । ଏହାର ଅନେକ ଗୁଡ଼ିଏ ଔଷଧିୟ ଗୁଣ ମଧ୍ୟ ରହିଛି । ଆଧ୍ୟାତ୍ମିକ କାର୍ଯ୍ୟରେ ଏହାର ବ୍ୟବହାର କରାଯାଏ । ତେବେ ଏହି ଦୁର୍ଲଭ ପାରିଜାତ ଫୁଲ ତୁଳସୀକ୍ଷେତ୍ରରେ ଫୁଟିଥିବା ଦେଖିବାକୁ ମିଳିଛି । ଶ୍ରୀ ବଳଦେବଜୀଉ ମନ୍ଦିର ସେବାୟତ ତଥା ଟ୍ରଷ୍ଟି ବଳରାମ ସୁଆରଙ୍କ ଘର ଅଗଣାରେ ଫୁଟିଛି । କେନ୍ଦ୍ରାପଡ଼ା ଟାଉନସ୍ଥିତ ବଡ଼ମଙ୍ଗଳା ନିକଟସ୍ଥ ବାସ ଭବନରେ ରହିଥିବା ବଳାରାମଙ୍କ ବଗିଚାରେ ଏହି ଦୁର୍ଲଭ ଫୁଲ ଫୁଟିଛି । ଯାହାକୁ ଦେଖିବା ଲାଗି ସ୍ଥାନୀୟ ଲୋକଙ୍କ ଭିଡ଼ ଜମୁଛି । ବଳରାମଙ୍କ ଅଗଣା ଏବେ ସ୍ୱର୍ଗୀୟ ଶାନ୍ତି ପ୍ରଦାନ କରୁଛି । ଦୁର୍ଲଭ ପାରିଜାତ ଫୁଲ ଫୁଟିବା ନେଇ ତାଙ୍କ ପୁଅ ଦେବେନ୍ଦ୍ର ସୁଆର ସୂଚନା ଦେଇଛନ୍ତି । ଦେବେନ୍ଦ୍ର ଦୈନିକ ଖବର କାଗଜ ପ୍ରମେୟରେ ବ୍ୟୁରୋ ହେଡ ଅଛନ୍ତି ।

ସୂଚନା ଥାଉକି, ପୌରାଣିକ ତଥ୍ୟ ଅନୁଯାୟୀ ଏହି ଦୁର୍ଲଭ ପାରିଜାତ ଫୁଲ ଦେବତାଙ୍କ ଉଦ୍ୟାନରେ ଫୁଟିଥାଏ ।  ତେବେ ଏହାକୁ ସ୍ୱର୍ଗରୁ ମର୍ତ୍ତ୍ୟପୁରୁକୁ ସ୍ୱୟଂ ଭଗବାନ ବିଷ୍ଣୁ ଆଣିଛନ୍ତି । କଥାରେ ଅଛିକି, ଭାଗ୍ୟରେ ଥିଲେ ଏହି ଫୁଲ ଦେଖିବାକୁ ମିଳେ । ଯାହାର ସୌଭାଗ୍ୟ ମିଳିଛି ବଳରାମଙ୍କ ପରିବାରକୁ ।

Share

Leave a Reply

Your email address will not be published. Required fields are marked *

6 + 6 =