ଦୁଇ ଜଣିଆଁ ଖଣ୍ଡପୀଠ କରିବେ ପରୀ ମାମଲାର ଶୁଣାଣି

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଶିଶୁକନ୍ୟା ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ ହୋଇଛି । ଏହି ମାମଲାରେ ଓଡ଼ିଶା ହାଇକୋର୍ଟ ଦେଇଥିବା ଦୁଇଟି ନିର୍ଦ୍ଦେଶନାମାକୁ ଶୁକ୍ରବାର ଦାଖଲ କରିବା ପାଇଁ ଏକ ଦୁଇଜଣିଆ ଖଣ୍ଡପୀଠ ଆବେଦନକାରୀ ତଥା ପରୀର ମା’ ସୌଦାମିନୀ ସାହୁଙ୍କ ବରିଷ୍ଠ ଓକିଲ ମହେଶ ଜେଠମାଲାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ୍ ଏ.ଏମ୍. ଖାନୱିଲ୍କର ଏବଂ ଜଷ୍ଟିସ୍ ସଞ୍ଜିବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି କରିବେ । ପରୀ ହତ୍ୟା ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ସୌଦାମିନୀ ସୁପ୍ରିମକୋର୍ଟରେ ଏହି ମାମଲା ରୁଜୁ କରିଛନ୍ତି ।

ଗତକାଲି ଶୁଣାଣିବେଳେ ଖଣ୍ଡପୀଠ ଆବେଦନକାରୀଙ୍କ ଓକିଲଙ୍କୁ କହିଥିଲେ ଯେ, ମାମଲାରେ ଓଡ଼ିଶା ହାଇକୋର୍ଟ ଯେଉଁ ଦୁଇଟି ନିର୍ଦ୍ଦେଶନାମା ଦେଇଛନ୍ତି ତାହାକୁ ଦୟାକରି କୋର୍ଟରେ ଦାଖଲ କରନ୍ତୁ । ପରୀ ହତ୍ୟା ଅଙ୍ଗ ଚାଲାଣ ର‌୍ୟାକେଟ୍ କିମ୍ବା ଓଡ଼ିଶା ସରକାରଙ୍କ ଅନୁଯାୟୀ ଦୁଷ୍କର୍ମ ଓ ହତ୍ୟା ମାମଲା ତାହା ମୁଖ୍ୟ ପ୍ରସଙ୍ଗ ବୋଲି ଜେଠମାଲାନୀ କହିଛନ୍ତି । ମାମଲାରେ ଯେଉଁ ତଥ୍ୟ ପଦାକୁ ଆସିଛି ତାହା ଦ୍ୱିତୀୟ ସମ୍ଭାବନାକୁ ସମ୍ପୂର୍ଣ୍ଣ ବିରୋଧାଚରଣ କରୁଛି ବୋଲି ସେ କହିଛନ୍ତି । ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ୍ ଏବଂ ସିବିଆଇ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ୍ ଐଶ୍ୱର୍ଯ୍ୟା ଭଟି ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

18 + 10 =