ଆଉ ରାଜନୀତି କରିବି ନାହିଁ , କାହିଁକି ଏମତି କହିଲେ ପପୁ ଜାଣନ୍ତୁ…

ଆଉ ରାଜନୀତି କରିବି ନାହିଁ । ସବୁ ପ୍ରମୁଖ ଦଳ ଯଦିଓ ଡାକୁଛନ୍ତି, ହେଲେ ଆଉ ସେଇ ରାଜନୀତି ଭିତରକୁ ଯିବିନି କି ନାମ ନେବିନି । କନକ ନ୍ୟୁଜର କାର୍ୟ୍ୟକ୍ରମ ନ୍ୟୁଜ ମେକର ୨୦୧୮ରେ ସାମିଲ ହୋଇ କିଛି ଏଭଳି ଉକ୍ତି ରଖିଛନ୍ତି ପପୁ ପମପମ । କହିଛନ୍ତି, ମୋ ପାଖରେ ସମ୍ଭାବନା ପ୍ରବଳ ଅଛି, ସେମିତି ଭିଡ ଅଛି । ସମସ୍ତେ କହୁଛନ୍ତି ଆମ ଦଳକୁ ପଳେଇ ଆସ । ହେଲେ କଳାକାର ଟିଏ କଳାକାର ଜାଗାରେ ରହିବାର ଆବଶ୍ୟକତା ରହିଛି । ଆଉ ରାଜନୀତି ଭିତରକୁ ଯିବିନାହିଁ । ୨୦୧୯ ରାଜନୀତିର କୋଳାହଳରେ ପପୁଙ୍କ ଭୂମିକା କଣ ରହିବ ତାର କିଛି ଏଭଳି ସ୍ପଷ୍ଟ ଉତ୍ତର ରଖିଛନ୍ତି ଏହି ହାସ୍ୟ ଅଭିନେତା ।
ମନୋରଂଜନ କ୍ଷେତ୍ରରେ ସବୁବେଳେ ମିଡିଆ ପାଇଁ ଖୋରାକ ଯୋଗାଇଛନ୍ତି ପପୁ ପମପମ । ନିଜର ହାସ୍ୟ ଅଭିନୟ ପାଇଁ, ଅସୁସ୍ଥତା ପାଇଁ ହେଉ ଅବା କିଛି ବିବାଦ ପାଇଁ ସବୁବେଳେ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି ପପୁ । ଆଉ କନକ ନ୍ୟୁଜର କାର୍ୟ୍ୟକ୍ରମ ନ୍ୟୁଜ ମେକର ୨୦୧୮ରେ ସାମିଲ ହୋଇ ପପୁ ପମପମ ବର୍ଷ ଶେଷରେ ଏମିତି ଅନେକ କଥା କହିଛନ୍ତି, ଯାହା ତାଙ୍କୁ ପୁଣି ଥରେ ଖବରର ଶିରୋନାମାକୁ ନେଇ ଆସିଛି ।
୨୦୧୮ର ତିକ୍ତ ଅନୁଭୁତି ଭିତରେ ପପୁ କିନ୍ତୁ ହସିବା ଆଉ ହସାଇବା ଭୁଲିନାହାନ୍ତି । ପପୁଙ୍କ ହିସାବରେ, ସେ ଯେମିତି ଥିଲେ ସେମିତି ଅଛନ୍ତି ଖାଲି ଓଜନ କମିଯାଇଛି । ଦେହ ଖରାପ ସମୟରେ ସେ ବହୁତ କଷ୍ଟ ପାଇଛନ୍ତି, ମରିବି ଯାଇଥାନ୍ତେ । ହେଲେ ସମସ୍ତଙ୍କ ସ୍ନେହ ଶ୍ରଦ୍ଧା ତାଙ୍କୁ ବଂଚାଇ ଆଣିଛି । ଏବେ ଖାଲି ଭିଟାମିନ ଓ କ୍ୟାଲସିୟମ ମେଡିସିନ ଚାଲିଛି । ଦୁର୍ବଳତା ଦୂର ହେଲେ ସେ ପୁଣି ଦମ୍ ଦେଖାଇବା ପ୍ରସ୍ତୁତ ହେବେ ।

Share

Leave a Reply

Your email address will not be published. Required fields are marked *

17 − 11 =