ଡାକ୍ତରଖାନାରେ କିଭଳି ମିଳୁଛି ସେବା ରୋଗୀଙ୍କ ସହ ଆଲୋଚନା କଲେ ପାଣ୍ଡିଆନ

ସୁନ୍ଦରଗଡ଼() ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚକିତ୍ସାଳୟ ପରିଦର୍ଶନ କରିଛନ୍ତି ପାଣ୍ଡିଆନ୍ । ଡାକ୍ତରଖାନାରେ କିଭଳି ସେବା ମିଳୁଛି ସେନେଇ ରୋଗୀଙ୍କ ସହ ଆଲୋଚନା କରିଛନ୍ତି ‘ଫାଇଭ୍ ଟି’ ସଚିବ । ପାଣ୍ଡିଆନଙ୍କ ସହ ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ର ମଧ୍ୟ ଜିଲ୍ଲା ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ।

‘ଫାଇଭ୍ ଟି’ ସଚିବଙ୍କ ଗସ୍ତକୁ ନଜରରେ ରଖି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ରାତି ଦିନ ଏକ କରି ହସ୍ପିଟାଲର ରୂପ ରେଖ ବଦଳାଇବାକୁ ଉଦ୍ୟମ କରିଛନ୍ତି । ଗତ ୪ରୁ ୫ ଦିନ ହେବ ଜିଲ୍ଲାରୁ ଜିଲ୍ଲା ବୁଲୁଛନ୍ତି ‘ଫାଇଭ୍ ଟି’ ସଚିବ ପାଣ୍ଡିଆନ୍ । ଜିଲ୍ଳାରୁ ଜିଲ୍ଳା ହସ୍ପିଟାଲ, ଥାନା ବୁଲି ସ୍ଥିତି ସମୀକ୍ଷା କରୁଛନ୍ତି ପାଣ୍ଡିଆନ । ବିଭିନ୍ନ ଜିଲ୍ଳା ମୁଖ୍ୟଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ସହ ଆଲୋଚନା ସିଧାସଳଖ ଆଲୋଚନା କରୁଛନ୍ତି । ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ଦୀର୍ଘ ବର୍ଷ ଧରି ଅବ୍ୟବସ୍ଥାରେ ପଡିଥିବା ସୁନ୍ଦରଗଡ ଜିଲ୍ଲା ଡାକ୍ତରଖାନା ସତେ ଯେମିତି ନିଦରୁ ଉଠିଛି ।

Share

Leave a Reply

Your email address will not be published. Required fields are marked *

eleven − 6 =