ଆରମ୍ଭରୁ ହଟ୍ଟଗୋଳ, ବିଜେପି-କଂଗ୍ରେସ ଏକ

ଭୁବନେଶ୍ୱର () ଶୀତ ଅଧିବେଶନ ପ୍ରଥମ ଦିନରୁ ହିଁ ସରଗରମ ହୋଇଛି ବିଧାନସଭା। ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ମିଳିତ ଭାବେ ଗୋଟିଏ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସି ବିଜେଡି ସରକାର ବିରୋଧରେ ଗର୍ଜିଛନ୍ତି । ଆଜି କଂଗ୍ରେସ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ମୁଲତବୀ ନୋଟିସ ଦେଇଥିବା ବେଳେ ବିଜେପି ନାରୀ ନିର୍ଯାତନା ପ୍ରସଙ୍ଗରେ ମୁଲତବୀ ଆଲୋଚନା ପାଇଁ ନୋଟିସ ଦେଇଥିଲା । ବିଜେପିର ମୁଲତବୀ ନୋଟିସ ଗ୍ରହଣ ହୋଇଥିଲା ବେଳେ କଂଗ୍ରେସର ନୋଟିସକୁ ବାଚସ୍ପତି ଅଗ୍ରାହ୍ୟ କରିଥିଲେ ।

ତେଣୁ ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନକାଳକୁ ବାତିଲ କରି ନାରୀ ନିର୍ଯ୍ୟାତନା ନେଇ ସ୍ୱତନ୍ତ୍ର ଆଲୋଚନା ଦାବି କରିଥିଲେ । ବାଚସ୍ପତି ଏଭଳି ଦାବିକୁ ଗ୍ରହଣ ନକରିବାରୁ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ନରସିଂହ ଅଭିଯୋଗ କରୁଛନ୍ତି ଯେ, ସରକାରୀ ଦଳ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଉନାହାନ୍ତି । ନାବାଳିକା ଦୁଷ୍କର୍ମରେ ଓଡିଶା ଏକ ନମ୍ବର ହୋଇଥିଲା ବେଳେ ନାରୀ ନିର୍ଯ୍ୟାତନାର ବି ଓଡ଼ିଶାର ସ୍ଥିତି ଉଦବେଗଜନକ । ଏହା ସୁପ୍ରିମକୋର୍ଟରେ ଦାଖଲ ଏକ ପିଆଇଏଲରୁ ଜଣାପଡିଛି ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ସେହି ସମାନ ଦାବି କରିଥିଲେ । କିନ୍ତୁ ବାଚସ୍ପତି ତାଙ୍କୁ କହିବାର ସୁଯୋଗ ଦେଇନଥିଲେ ।ନାରୀ ନିର୍ଯ୍ୟାତନା ସହ ରାଜ୍ୟରେ ଦୁର୍ନୀତି ବଢୁଛି । ବାତ୍ୟା ବିପର୍ଯ୍ୟୟଙ୍କୁ ବାସଗୃହ ନାଁରେ ବ୍ୟାପକ ହରିଲୁଟ ହେଉଛି । ଏ ସରକାର କିନ୍ତୁ ସ୍ଵଛତାର ଡିଣ୍ଡିମ ପିଟୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।

ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ କହିଛନ୍ତି ଯେ, ବିରୋଧି ଦଳ ନାରୀ ସୁରକ୍ଷା ପାଇଁ ଚିନ୍ତିତ ନୁହନ୍ତି । କେବଳ ଗଣମାଧ୍ୟମରେ ନିଜର ସ୍ଥିତି ଜାହିର କରୁବାକୁ ବିଧାନସଭାକୁ ଅଚଳ କରୁଛନ୍ତି । ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବା ବେଳେ ପ୍ରଶ୍ନକାଳକୁ ବାତିଲ କରିବାର ଆବଶ୍ୟକତା ନାଥିଲା ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

ten + 17 =