କ୍ଷତିରେ ଛାଲୁଛି ବସ,୨୦ଟି ରୁଟରେ ଲୋକ ହେଉନାହାନ୍ତି

ଭୁବନେଶ୍ୱର() ଅନିଶ୍ଚିତତା ଭିତରେ ଏବେ ଅନ୍ତଃରାଜ୍ୟ ବସ ଚଳାଚଳ ସେବା । ଏନେଇ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ଏବେ ସୁଦ୍ଧା ନିଷ୍ପତ୍ତି ହୋଇନାହିଁ । କୌଣସି ରାଜ୍ୟ ସହ କଥା ହୋଇନୁ । ରଥଯାତ୍ରା ପାଇଁ ବସ ଚଳାଚଳ ନେଇ କୌଣସି ଆଲୋଚନା ହୋଇନି । ସବୁବେଳେ ରଥଯାତ୍ରା ପୂର୍ବରୁ ୨ଥର ବୈଠକ ବସେ । ଏପର୍ୟ୍ୟନ୍ତ ହୋଇନି । ସରକାରଙ୍କ ନିଦେ୍ର୍ଧଶ ଅନୁସାରେ ବିଭାଗ କାର୍ୟ୍ୟ କରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।

ସେହିପରି ଓଏସଆରଟିସି ବସ ଚଳାଚଳ ପ୍ରସଙ୍ଗରେ ମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ୬୬ ରୁଟ ମଧ୍ୟରୁ ୨୦ଟି ରୁଟରେ ଲୋକ ହେଉନାହାନ୍ତି । ୨ରୁ ୩ ଜଣ ଲୋକ ହେଉଛନ୍ତି । ଅତିବେଶୀରେ ୫ ଜଣ ହେଉଛନ୍ତି । କେତେ କ୍ଷତିର ବସ ଚାଲିବ । ବାଧ୍ୟ ହୋଇ ବସ ଚଳାଚଳ ବନ୍ଦ ହେବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

two + 4 =