ବଢିଲାନି ଧାନର ସହାୟକ ମୂଲ୍ୟ

ନୂଆଦିଲ୍ଲୀ() ଧାନ ସମେତ ଖାଦ୍ୟ ଶସ୍ୟର ସହାୟକ ମୂଲ୍ୟ ବୃଦ୍ଧି ଘଟୁ ନଥିବାରୁ ଚାଷୀ ଆତ୍ମହତ୍ୟା କରିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋିଛି । ଏହାକୁ ନେଇ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସମସ୍ତେ କୁମ୍ଭୀର କାନ୍ଦଣା କରି ଚାଷୀଙ୍କୁ ସମବେଦନା ଜଣାଉଛନ୍ତି । କିନ୍ତୁ ଖାଦ୍ୟ ଶସ୍ୟର ସହାୟକ ମୂଲ୍ୟ ବୃଦ୍ଧି କଲା ବେଳେ କେନ୍ଦ୍ର ସରକାର ଧାନ ଦର ବୃଦ୍ଧି କରିବାକୁ ଭୁଲିଯାଉଛନ୍ତି । ଏହାକୁ ଚାଷୀଙ୍କ ପ୍ରତି ସରକାରଙ୍କ ପ୍ରବଂଚନା ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି । ଆଜି କେନ୍ଦ୍ର କ୍ୟାବିନେଟ ଖାଦ୍ୟ ଶସ୍ୟର ସହାୟକ ମୂଲ୍ୟ ବୃଦ୍ଧି କଲା ବେଳେ ଧାନ ଦର ବୃଦ୍ଧି ନକରିବା ଦ୍ୱାରା ଚାଷୀକୂଳକୁ ମସ୍ତବଡ ଝଟକା ଲାଗିଛି । ଏହି ଦର ବୃଦ୍ଧିରେ ଗହମ କ୍ୟୁଣ୍ଟାଲ ପିଛା ୮୫ ଟଙ୍କା, ସୋରିଷ ୨୨୫ ଟଙ୍କା,ବାର୍ଲି ୮୫ଟଙ୍କା ,ଚଣା ୨୫୫ ଟଙ୍କା , ମସୁର ୩୨୫ ଟଙ୍କା ବୃଦ୍ଧି କରିଛନ୍ତି । ଅଧଚ ଧାନ ଚାଷୀଙ୍କୁ ଏଥିରେ ହତାଶ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

one + 15 =