ଧାନ ସଂଗ୍ରହରେ ହେବ ରେକର୍ଡ଼, ବିରୋଧୀ କହିଲେ ମଣ୍ଡିରେ ଗଜା ହେଉଛି ଧାନ

ଭୁବନେଶ୍ୱର () ରାଜ୍ୟରେ ଧାନ କିଣାରେ ବ୍ୟାପକ ଅନିୟମିତତା ହେଉଛି ଏବଂ ମଣ୍ଡିରୁ ଧାନ ଉଠୁନି । ଆଉ ଦୁଇ ଦିନରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହେବାକୁ ଥିଲା ବେଳେ ଏବେ ମଣ୍ଡିରେ ଧାନ ଗଜା ହେଲାଣି । ଆଜି ରାଜ୍ୟରେ ଧାନ କିଣାରେ ସରକାର ବିଫଳ ହୋଇଥିବା ସମ୍ପର୍କିତ ମୁଲତବୀ ଆଲୋଚନାରେ ବିରୋଧୀ ଏଭଳି ଅଭିଯୋଗ କରି ସରକାରଙ୍କୁ ଘେରିଥିଲେ ।

ସେପଟେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିରୋଧୀଙ୍କ ଅଭିଯୋଗକୁ ଅସ୍ବୀକାର କରିବାକୁ ଯାଇ କହିଥିଲେ ଯେ, ଚଳିତ ଖରିଫ ଋତୁରେ ୫୫ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହର ଟାର୍ଗେଟ କରାଯାଇଥିଲା । ଏବେସୁଦ୍ଧା ୬୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ଖରିଫ ଧାନ ସଂଗ୍ରହ ପାଇଁ ଆଉ ଦୁଇ ଦିନ ଅଛି । ବିଧାୟକଙ୍କ ନିର୍ଦ୍ଧିଷ୍ଟ ଅଭିଯୋଗ ଥିଲେ କାର୍ୟ୍ୟାନୁଷ୍ଠାନ ହେବ। କଂଗ୍ରେସ ସରକାରରେ ଚାଷୀଙ୍କୁ ଶୋଷଣ କରାଯାଉଥିବା ବେଳେ ବିଜେପି କେବଳ ଭାଷଣ ମାରୁଛି । ବିଜେଡି କିନ୍ତୁ ଚାଷୀଙ୍କୁ ନିର୍ବାଣ କରିଛି । କେବଳ ରାଜନୀତି ପାଇଁ ଅଭିଯୋଗ କରାଯାଉଛି ।

ସେହିଭଳି ପୁଣିଥରେ ଧାନ ଏମଏସ୍ପି ୨୯୩୦ ଟଙ୍କାକୁ ବୃଦ୍ଧି ପାଇଁ ବିରୋଧୀ ଦଳ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଆଉଥରେ ଦାବି କରାଯିବା ଉଚିତ । ଏଥିସହ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ମୁଣ୍ଡପିଛା ୫ କିଲୋ ପରିବର୍ତ୍ତେ ଅଧିକ ଚାଉଳ ଦେବା ଉଚିତ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × five =