ରାଜଭବନ ପେଟ୍ରୋଲ ପମ୍ପରେ ବଡ଼ ଧରଣର ନିଆଁ

ଭୁବନେଶ୍ୱର()  ରାଜଧାନୀର ରାଜଭବନ ନିକଟସ୍ଥ ଏକ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟିଛି ।  ବିସ୍ଫୋରଣ ପରେ ପେଟ୍ରୋଲ ପମ୍ପରେ ଏକ ବଡ଼ ଧରଣର ନିଆଁ ଲାଗିଛି ।  ଏନେଇ ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ।   ତେବେ ଖବର ଲେଖା ସୁଦ୍ଧା ବିସ୍ଫୋରଣ ହେବାର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ ।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖ ପାଖ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉକ୍ତ ଅଞ୍ଚଳକୁ କର୍ଡନ କରି ରଖିଛି । ବିସ୍ଫୋରଣରେ ଅନେକ ଗାଡ଼ି ଛିନଛତ୍ର ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପେଟ୍ରୋଲ ପମ୍ପର ୧ କିମି ପରିଧି ଭିତରେ ଭୂକମ୍ପ ଭଳି ଝଟକା ଲାଗିଥିଲା ।

Share

Leave a Reply

Your email address will not be published. Required fields are marked *

five + seven =