ଓରିଫ୍ଲେମ ପକ୍ଷରୁ ଭାଇବ୍ରାଂଟ ମେକ୍‌ଅପ୍ ରେଞ୍ଜର ଶୁଭାରମ୍ଭ

ଭୁବନେଶ୍ୱର : ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ଅଗ୍ରଣୀ ସ୍ୱେଡିସ୍ ଡାଇରେକ୍ଟ-ସେଲିଙ୍ଗ ବିୟୁଟି ବ୍ରାଣ୍ଡ, ଓରିଫ୍ଲେମ ପକ୍ଷରୁ ଅନ୍‌କଲର୍ ଭଳି ଏକ ଭାଇବ୍ରାଂଟ ମେକ୍‌ଅପ୍ ରେଞ୍ଜର ଶୁଭାରମ୍ଭ କରାଯାଇଛି । ଯେଉଁଥିରେ ରହିଛି ବିଭିନ୍ନ ରେଞ୍ଜର ଲିପ୍‌ଷ୍ଟିକ, ନେଲ୍ ପଲିସ୍ ଏବଂ ଫେସ୍ ପାଉଡର, ଯାହାକି ପ୍ରତ୍ୟେକ ତ୍ୱଚାକୁ ଗୁରୁତ୍ୱ ଦେଇଥାଏ । ନୂଆ ଅନ୍‌କଲର ଲିପଷ୍ଟିକ ୧୨ଟି ଆକର୍ଷକ ସେଡରେ କ୍ରିମି କମ୍ଫର୍ଟ କମ୍ପେ୍ଲକ୍ସ ସହିତ ଆସିଛି ଯାହା ଏକ କୋମଳ, ସ୍ମୁଥ ଆପ୍ଲିକେସନ ଯୋଗାଇବା ସହିତ ଓଠକୁ ଉନ୍ନତ କଭରେଜ ଦେଇଥାଏ । ସେହିଭଳି ଅନେକ ଆକର୍ଷଣୀୟ ରଙ୍ଗ ଏବଂ ସାଇନିଂ କଲରରେ ଉପଲବ୍ଧ ଏହାର ଅନ୍‌କଲର ନେଲ୍ ପଲିସ ମୂହୂର୍ତକ ମଧ୍ୟରେ ନଖକୁ ଚମକିତ ଗଭୀର ରଙ୍ଗ ପ୍ରଦାନ କରିଥାଏ ।

ସଠିକ କଭରେଜ ପ୍ରଦାନ କରୁଥିବା ଏହାର ଅନ୍‌କଲର୍ ଫେସ ପାଉଡର୍ ପିଗ୍‌ମେଂଟରେ ଭରପୂର ହେବା ସହ ଏକ ବ୍ୟାପକ ରେଞ୍ଜର ସ୍କିନ ଟୋନ୍‌କୁ ମ୍ୟାଚ କରିଥାଏ । ଏହାର ହାଲ୍‌କା ଟେକ୍ସର ଗ୍ରୀଷ୍ମ ପାଇଁ ଉପଯୁକ୍ତ ଯାହା ତ୍ୱଚାକୁ ମ୍ୟାଟ ଲୁକ ଦେଇଥାଏ ଏବଂ ତ୍ୱଚାକୁ କୋମଳ ଅନୁଭବ ଦେଇଥାଏ । ଏହି ଫେସ ପାଉଡର ପ୍ରୋଲଙ୍ଗ ପାଉଣ୍ଡେସନ ୱେଅର ବ୍ୟବହାର କରିବାକୁ ବେଶ ସହଜ ଏବଂ ଏହା ପୁରା ଦିନ ଅତିରିକ୍ତ ତ୍ୱଚା ନିଃସରଣକୁ ଶୋଷଣ କରିବାରେ ସାହାଯ୍ୟ କରିଥାଏ । ଏହି ଫେଓ ପାଉଡର ଦୁଇଟି ରଙ୍ଗରେ ଆସୁଛି-ଏହାର ଲାଇଟ୍ ସେଡ୍ ଗୋରା ରଙ୍ଗ ପାଇଁ ଉପଯୁକ୍ତ ହୋଇଥିବାବେଳେ ଏହାର ନାଚୁରାଲ ସେଡ୍ ମଧ୍ୟମ ରଙ୍ଗ ପାଇଁ ଠିକ ରହିଥାଏ ।

ଏହା ସମ୍ପର୍କରେ ଓରିଫ୍ଲେମ ଦକ୍ଷିଣ ଏସିଆ, ରିଜନିଙ୍ଗ ମାର୍କେଟିଙ୍ଗ, ବରିଷ୍ଠ ନିର୍ଦ୍ଦେଶକ ଶ୍ରୀ ନବୀନ ଆନନ୍ଦ କହିଛନ୍ତି ଯେ, “ଓରିଫ୍ଲେମରେ ଆମ ଗ୍ରାହକମାନଙ୍କୁ କ୍ରମାଗତ ଭାବେ ଅଭିନବ ତଥା ଉନ୍ନତ ଗୁଣବତାର ଉତ୍ପାଦ ଯୋଗାଇଦେବା ଆମର ଅବିରତ ପ୍ରୟାସ ଯାହା ସେମାନଙ୍କ ଆବଶ୍ୟକାକୁ ପୂରା କରିଥାଏ ।’’

Share

Leave a Reply

Your email address will not be published. Required fields are marked *

one × 1 =