ଏଣିକି ନିୟନ୍ତ୍ରଣରେ ରହିବେ ଉଭୟ ସରକାରୀ ସଂସ୍ଥା ଓ ଘରୋଇ ବିଲଡର

ଭୁବନେଶ୍ୱର() ଜମିଜମାକୁ ନେଇ ବିଭିନ୍ନ ସମୟରେ ଆପତ୍ତି ଓ ଅଭିଯୋଗ ଦେଖିବାକୁ ମିଳେ । ଏହା ଘରୋଇ ହେଉ ବା ସରକାରୀ ।

ସମସ୍ତ ସମସ୍ୟାର ସମାଧାନ ପାଇଁ ରାଜ୍ୟରେ ସ୍ଥାପନ ହେଲା ଓଡିଶା Odisha Real Estate Appellate Tribunal । ଏହା ଜରିଆରେ ଦୀର୍ଘଦିନ ଧରି ପଡି ରହୁଥିବା ମାମଲାର ହେବ ତ୍ୱରିତ ଶୁଣାଣି ଆଉ ସମାଧାନ । ନିୟନ୍ତ୍ରଣରେ ରହିବେ ଉଭୟ ସରକାରୀ ସଂସ୍ଥା ଓ ଘରୋଇ ବିଲଡର । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗଠିତ ହୋଇଛି ‘‘ଓରିଏଟ୍’’ ବା ଓଡିଶା ରିଅଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲ । ଫଳରେ ଏଣିକି ରାଜ୍ୟର ସମସ୍ତ ରିଅଲ ଇଷ୍ଟେଟ୍ ସମ୍ପର୍କିତ ଆପତ୍ତି ଓ ଅଭିଯୋଗର ତ୍ୱରିତ ବିଚାର ହେବ ।

। ଭୁବନେଶ୍ୱରର ଫର୍ଚୁନ୍ ଟାୱାର ସ୍ଥିତ ଅସ୍ଥାୟୀ କାର୍ୟ୍ୟାଳୟରେ କାର୍ୟ୍ୟକ୍ଷମ ହେବ ଓରିଏଟ୍ । ରିଅଲ ଇଷ୍ଟେଟ୍ ଆଇନ ୨୦୧୬ ଓ ଓଡିଶା ରିଅଲ ଇଷ୍ଟେଟ୍ ନିୟମ ୨୦୧୭ ଆଧାରରେ ଗଠିତ ହୋଇଛି ଏହି ଆପିଲେଟ୍ ଟ୍ରିବ୍ୟୁନାଲ ଓରିଏଟ୍ । ବର୍ତ୍ତମାନ କରୋନା ଯୋଗୁଁ ଭିଡିଓ କନଫରେନ୍ସିଂ ଜରିଆରେ ଟ୍ରିବ୍ୟୁନାଲରେ ହେବ ଶୁଣାଣି । ଏଥିରେ କ୍ଷତିଗ୍ରସ୍ତ ବ୍ୟକ୍ତିଗତ ମଧ୍ୟ ନିଜର ଆପତ୍ତି ଓ ଅଭିଯୋଗ କରିପାରିବେ । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ମହକିଲଙ୍କ ସହ ଓକିଲ ଏପରିକି ବିଲଡରମାନେ ମଧ୍ୟ ସ୍ୱାଗତ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × 3 =