କିଲୋ ପିଛା ୧୦୦ ଟପିବ ପିଆଜ ଦର

ଭୁବନେଶ୍ୱର() ଗତ ସପ୍ତାହରେ ବଜାରରେ ପିଆଜ କିଲୋ ପିଛା ୩୫ ଟଙ୍କା ଥିବା ବେଳେ ହଠାତ ୫୦ ଟଙ୍କାକୁ ଡେଇଁଛି । ସ୍ଥାନ ଦେଖି କିଛି କିଛି ବଜାରରେ ପିଆଜ ୬୦ ଟଙ୍କା ଛୁଇଁଥିବା ଜଣାପଡ଼ିଛି । ମାତ୍ର ଗୋଟି, ସପ୍ତାହରେ କିଲୋପିଛା ୧୫ ଟଙ୍କା ବଢ଼ିବାଦ୍ୱାରା ବଜାର ତାତିରେ ଖାଉଟି ମହଲ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଗରିବ ଖାଉଟିମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଏହି ଦର ବୃଦ୍ଧିକୁ ନେଇ ବ୍ୟବସାୟୀ ମହଲରୁ ଆମଦାନୀ ହ୍ରାସ କଥା କୁହାଯାଉଥିବା ବେଳେ ଅନେକ ଏହାକୁ କେନ୍ଦ୍ର ସରକାରଙ୍କ ନୂଆ ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ପ୍ରଭାବ ବୋଲି କହିବା ଆରମ୍ଭ କରିଛନ୍ତି । ସାମୟିକ ହେଉ ପଛେ, ଅସାଧୁ ବ୍ୟବସାୟୀମାନେ ମଉକାରେ ମୁନାଫା ଉଠାଇବାକୁ ଉଦ୍ୟମ କରିବାରୁ ଏହି ଦରବୃଦ୍ଧି ଘଟିଛି ବୋଲି ଚର୍ଚ୍ଚା ହେଉଛି । ତେବେ ସରକାରୀ ନିୟନ୍ତ୍ରଣ ନ ରହିଲେ ଏହି ଦର ଅକ୍ଟୋବର ଓ ନଭେମ୍ବର ମାସ ପର୍ୟ୍ୟନ୍ତ କିଲୋ ପିଛା ୧୦୦ ଟଙ୍କାକୁ ଟପିବ ବୋଲି ଆଶଙ୍କା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

17 − six =