ମୋମୋ ଗେମ୍ର ଶିକାର ହେଲେ ଆଉ ଜଣେ ଯୁବକ

କଟକ: ମୋବାଇଲ୍‌ରେ ମୋମୋ ଗେମ୍ ଖେଳି କଟକ ଜିଲ୍ଲା ମାହାଙ୍ଗା ବ୍ଳକ ଉମର ଗାଁର ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଉମାକାନ୍ତ ବେହେରା ଏବଂ ତାଙ୍କୁ ୨୪ ବର୍ଷ ହୋଇଥିଲା।ଉମାକାନ୍ତ ଯୁକ୍ତ ଦୁଇ ପଢ଼ିବା ପରେ ଗତ କିଛି ବର୍ଷ ହେବ ଚେନ୍ନାଇର ଏକ  ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ଦୁଇ ମାସ ତଳେ ଚେନ୍ନାଇରୁ ସେ ଘରକୁ ଫେରିଥିଲେ। ଆଜି ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଗାଁର ଏକ ନିର୍ମାଣାଧୀନ କ୍ଲବ୍‌ ଘରୁ ଉଦ୍ଧାର କରାଯାଇଛି।ଉମାକାନ୍ତଙ୍କ ମୋବାଇଲରେ ମୋମୋ ଗେମ୍ ଡାଉନ୍‌ଲୋଡ୍‌ ହୋଇଥିବା ଜଣାପଡ଼ିଛି। ତେଣୁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକ ସନ୍ଦେହ କରୁଛନ୍ତି। ଏନେଇ ମାହାଙ୍ଗା ଥାନାରେ ଏକ ଲିଖିତ ଏତଲା ଦିଆଯିବା ପରେ ପୁଲିସ୍‌ ଘଟଣାର ତଦନ୍ତ କରୁଛି।

 

Share

Leave a Reply

Your email address will not be published. Required fields are marked *

1 + 11 =