ଶିଳ୍ପାୟନରେ ଆଉ ପାଦେ …

ଭୁବନେଶ୍ବର () ରାଜ୍ୟରେ ଜାରି ରହିଛି ଶିଳ୍ପାୟନ ପ୍ରକ୍ରିୟା । ଲକଡାଉନ ଓ ସଡଡାଉନ ମଧ୍ୟରେ ବି ଶିଳ୍ପାୟନ ପ୍ରକ୍ରିୟାରେ ଲାଗିନି ରୋକ । ରାଜ୍ୟ ସରକାରଙ୍କ ଏହି ଉଦ୍ୟମ ପାଇଁ ଇପିକଲକୁ ଜାତୀୟ ସ୍ତରରେ ସମ୍ମାନିତ ମଧ୍ୟ କରାଯାଇଛି । ଆଜି ରାଜ୍ୟ ସରକାର ଆଉ ତିନୋଟି ମେଗା ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ସରକାର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତା ସଂପନ୍ନ କମିଟି ବୈଠକରେ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ରାଜ୍ୟରେ ୫ ହଜାର ୩୫୮କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଧାତବ୍ୟ, ରିଫାଇନାରୀ, ପେଟ୍ରୋକେମିକାଲ କ୍ଷେତ୍ରରେ ନିବେଶ ଏହି ପୁଞ୍ଜିକୁ ନିବେଶ କରାଯିବ । ୨୦୨୦ ଫେବ୍ରୁଆରୀ ସୁଦ୍ଧା ୧ ଲକ୍ଷ ୯୨ ହଜାର ୨୧୪ କୋଟିର ନିବେଶ ହୋଇଛି ।

ବୈଠକରେ ୟାଜଦାନୀ ଇସ୍ପାତ ପ୍ରକଳ୍ପ ସଂପ୍ରସାରଣକୁ ଅନୁମତି ମିଳିଛି । କଳିଙ୍ଗ ନଗରରେ ୨୪୧୫କୋଟିର ନିବେଶ କରିବ ୟାଜଦାନୀ । ଶିବା ସିମେଣ୍ଟର କ୍ଷମତା ସଂପ୍ରସାରଣକୁ ମିଳିଲା ମଧ୍ୟ ମଞ୍ଜୁରୀ ଦିଆଯାଇଛି । ସୁନ୍ଦରଗଡ଼ କୁତ୍ରାରେ ୧ ହଜାର ୫୨୩ କୋଟିର ହେବ ପୁଞ୍ଜିନିବେଶ । ପାରାଦୀପରେ ନୁମାଲିଗଡ଼ ରିଫାଇନାରୀ ପକ୍ଷରୁ ପ୍ରତିଷ୍ଠା ହେବ ଟର୍ମିନାଲ । ୧ ହଜାର ୪୨୦କୋଟି ପୁଞ୍ଜିନିବେଶ ସହ ୨ଶହ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ସେହିଭଳି ସିଙ୍ଗଲଓ୍ୱିଣ୍ଡୋ ବୈଠକରେ ୧ ହଜାର ୮୫କୋଟି ଟଙ୍କାର ଆଉ ୫ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏସବୁ ପ୍ରକଳ୍ପ ଯୋଗୁଁ ୯୬୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

Share

Leave a Reply

Your email address will not be published. Required fields are marked *

1 + nine =