ଦୁଗ୍ଧ ଚାଷୀଙ୍କ ପାଇଁ ଖୁସିର ଖବର, ବଢିଲା କ୍ଷୀର ଦର

ଭୁବନେଶ୍ବର () ଦୁଗ୍ଧ ଚାଷୀମାନଙ୍କ ଦ୍ବାରା ଗୋ ପାଳନ ଏବଂ ଦୁଗ୍ଧ ଉତ୍ପାଦନରେ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଦୁଗ୍ଧର ମୂଲ୍ୟ ବୃଦ୍ଧି କରିବା ପାଇଁ ଚାଷୀମାନେ ଦୀର୍ଘଦିନରୁ ଦାବି କରିଆସୁଥିଲେ । ଗୋପାଳନ ପାଇଁ ଆବଶ୍ୟକ ଗୋ ଖାଦ୍ୟ, ଔଷଧ, ବିଜୁଳି ତଥା ଅନ୍ୟାନ ଖର୍ଚ୍ଚ ବୃଦ୍ଧି ଯୋଗୁଁ 3 ଲକ୍ଷ ଦୁଗ୍ଧ ଚାଷୀଙ୍କ ଦାବିକୁ ଗୁରୁତ୍ତର ସହ ଗ୍ରହଣ କରି ଆସନ୍ତା ସେପ୍ଟେମ୍ବର 27 ତାରିଖରୁ ଦୁଗ୍ଧ ମୂଲ୍ୟରେ ଲିଟର ପିଛା 4 ଟଙ୍କା ବୃଦ୍ଧି କରିବା ପାଇଁ ଓମଫେଡ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ଓମଫେଡ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି ।

ନିକଟରେ କୃଷି, ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ରାଜ୍ୟର ବିଭନ୍ନ ଦୁଗ୍ଧ ଚାଷୀ ସମତିମାନଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ ଚାଷୀମାନେ ଦୁଗ୍ଧ ଦର ବୃଦ୍ଧି ପାଇଁ ବଳିଷ୍ଠ ଦାବି କରିଥିଲେ । ଚାରି ବର୍ଷ ତଳୁ ଦିଲ୍ଲୀ ଡାଏରୀ ଓ ମିଲ୍କ ମୁଁ ଚାରି ଟଙ୍କା ଲେଖାଏଁ ଦର ବୃଦ୍ଧି କରିସାରିଥିବା ବେଳେ ଓମଫେଡ ଦର ବୃଦ୍ଧି କରିନଥିଲା । ଚାଷୀମାନେ ଏହାର ପ୍ରତିବାଦ କରିବା ସହ ବାଧ୍ୟ ହୋଇ ସେମାନେ ଦୁଗ୍ଧ ଚାଷରୁ ଓହରିଯିବେ ବୋଲି କହିଥିଲେ ।

ରାଜ୍ୟର ଦୁଗ୍ଧ ଚାଷୀଙ୍କ ଏଭଳି ସ୍ଥିତିକୁ ଦେଖି ସରକାର ଚାଷୀଙ୍କ ସ୍ବାର୍ଥ ପାଇଁ ଦୁଗ୍ଧ ଦର ବୃଦ୍ଧି କରିଛନ୍ତି । ଏହି ବର୍ଦ୍ଧିତ ମୂଲ୍ୟରୁ ଲିଟର ପିଛା 3ଟଙ୍କା ଗ୍ରାମାଞ୍ଚଳରର ଦୁଗ୍ଧ ଚାଷୀମାନେ ସିଧାସଳଖ ପାଇବେ । ଏହାଦ୍ବାରା ଖାଉଟିମାନେ ଲିଟର ପିଛା ଟୋନଡ ଦୁଗ୍ଧକୁ 34 ଟଙ୍କା ବଦଳରେ 38 ଟଙ୍କା ଓ ପ୍ରିମୟମ ଓ ଗୋଲଡ ପ୍ରିମୟମ ଦୁଗ୍ଧକୁ 40 ଟଙ୍କା ବଦଳରେ 44 ଟଙ୍କାରେ କ୍ରୟ କରିବେ । ଓମଫେଡ ନିକଟରେ ଗଛିତ ପୁରୁଣା ପଲିଥିନ ସରିବା ପର୍ଯ୍ୟନ୍ତ ଛପାଥିବା ଦର ପରିବର୍ତ୍ତେ ନୂତନ ଦରରେ ଖାଉଟିମାନେ ଦୁଗ୍ଧ କ୍ରୟ କରିବେ ।

ଦୁଗ୍ଧ ଚାଷୀମାନେ ସଂଗ୍ରହ ଦରରେ ଅଧିକ ମୂଲ୍ୟ ପାଇବା ଯୋଗୁଁ ରାଜ୍ୟରେ ଗୋପାଳନ ପ୍ରତି ଆଗ୍ରହ ପରିଲକ୍ଷିତ ହେବା ସହ ଦୁଗ୍ଧ ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଇପାରିବା ସହ ଚାଷୀମାନଙ୍କ ସମାଜିକ ଓ ଅର୍ଥନୈତିକ ବିକାଶ ସମ୍ଭବ ହୋଇପାରିବ ।

Share

Leave a Reply

Your email address will not be published. Required fields are marked *

20 − 7 =