ଏଣିକି ଟ୍ୱିନସିଟିରେ ଗଡିବ ଓଲା

ଭୁବନେଶ୍ୱର() ଓଲାକୁ ମିଳିଲା ପୁଲିସ ପାସ୍‌ ଟ୍ୱିନସିଟିରେ ଏଣିକି ଓଲା କାର ଚଳାଚଳ କରିବ । ପ୍ରଥମ ପ୍ରଯ୍ୟାୟରେ ୧୦୦ଟି ଓଲା କାରକୁ କମିଶନରେଟ ପୁଲିସ ପକ୍ଷରୁ ପାସ ପ୍ରଦାନ କରାଯାଇଛି । ତେବେ ଏହି ଓଲା କାର କେବଳ ମେଡିକାଲ ସେବାରେ ଚଳାଚଳ କରିପାରିବ । ଲୋକଙ୍କୁ ଘରୁ ନେଇ ହସପିଟାଲ ପର୍ଯ୍ୟନ୍ତ ଯାଇପାରିବ । କାରରେ ଚାଳକ ସମେତ ମୋଟ ୩ଜଣ ବସିପାରିବେ । ଅନ୍ୟ କୌଣସି ସ୍ଥାନକୁ ଯାଇପାରିବ ନାହିଁ । ପୁଲିସ କଂଟ୍ରୋଲ ରୁମରେ ଏହି ଓଲା କାରଗୁଡିକର ଲୋକେସନ ଟ୍ରାକ କରିବ । ଯଦି କୌଣସି କାର ମେଡିକାଲ ଛଡା ଅନ୍ୟ କୌଣସି ଜାଗାକୁ ଯାଏ, ତେବେ ଉକ୍ତ କାର ଚାଳକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି । ମେଡିକାଲ ସେବା ବ୍ୟତୀତ ଯଦି ଅନ୍ୟ କୌଣସି ଜରୁରୀ ସେବାରେ ଯାଏ, ତେବେ ପୁଲିସ କଂଟ୍ରୋଲ ରୁମର ଅନୁମତି ନେବାକୁ ପଡିବ । ତେବେ ଲକଡାଉନ ସମୟରେ ଲୋକେ ଜରୁରୀକାଳିନ ସେବା ତଥା ମେଡିକାଲ ଯିବାକୁ ହଇରାଣ ହରକତ ହେଉଥିବା ନଜରକୁ ଆସିବା ପରେ କମିଶନରେଟ ପୁଲିସ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।

Share

Leave a Reply

Your email address will not be published. Required fields are marked *

2 × three =