ପ୍ରକାଶ ପାଇଲା ଓଜେଇଇ ଫଳ

ପ୍ରକାଶ ପାଇଲା ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ ।ରାଜ୍ୟରେ ବିଭିନ୍ନ କଲେଜରେ ଖାଲିପଡ଼ିଥିବା ଇଞ୍ଜିନିୟରିଂ ସିଟ ପାଇଁ ଜୁଲାଇ ୨୧ରେ ସ୍ୱତନ୍ତ୍ର ଓଜେଇ ପରୀକ୍ଷା ହୋଇଥିଲା । ଆଜି ଏହି ସ୍ୱତନ୍ତ୍ର ଓଜେଇଇର ପରୀକ୍ଷା ଫଳ ଆସିଛି । ୧୪୬୨୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୬୨୨ ଜଣଙ୍କୁ ର୍ୟାଙ୍କ ମିଳିଛି ।

ୱେବସାଇଟରେ ରେଜଲ୍ଟ ଦେଖିପାରିବେ । ବିଟେକରେ ରବୀନ୍ଦ୍ର ବେହେରା, ଏମବିଏରେ ଚନ୍ଦନ ପାତ୍ର, ଏମସିଏରେ ଅନୀଷ ଅଗ୍ରୱାଲ ଟପ୍ପର ହୋଇଛନ୍ତି । ଏହା ସହ ବି ଫାର୍ମାରେ ପ୍ରଦୀପ ସାହୁ ,ଏମଫାର୍ମାରେ ବିଶାଳ ସିଂ ଟପ୍ପର ହୋଇଛନ୍ତି । ଆଜି ଠାରୁ ର୍ୟାଙ୍କଧାରୀ ମାନେ ନିଜ ଇଚ୍ଛାରେ କଲେଜ ଓ ବିଷୟ ଚଏସ ଫିଲିଂ କରିପାରିବେ ।

Share

Leave a Reply

Your email address will not be published. Required fields are marked *

16 − 7 =