ଫେବ୍ରୁଆରି ୪ରୁ ଆରମ୍ଭ ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ବର () ଆସନ୍ତା ଫେବୃଆରୀ 4 ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । 4ରୁ 12 ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳ ଦେବେ ଅଭିଭାଷଣ । 5 ଓ 6 ତାରିଖ ଦୁଇ ଦିନ ଧିର ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । 7 ତାରିଖରେ ଆସିବ କାମଚଳା ବଜେଟ  । ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି । ଏହି ଦୃଷ୍ଟିରୁ 2019-20 ଆର୍ଥିକ ବର୍ଷର ପ୍ରଥମ ଚାରି ମାସ ପାଇଁ ସରକାର ଆଣିବେ କାମଚଳା ବଜେଟ । 8 ତାରିଖରେ ଆସିବ ବ୍ୟୟ ମଂଜୁରୀ ବିଲ । 7ଟି କାର୍ଯ୍ୟଦିବସ ଥିବା ଏହି ଅଧିବେଶନରେ ରହିଛି 6ଟି ସରକାରୀ ଏବଂ ଗୋଟିଏ ବେସରକାରୀ କାର୍ଯ୍ୟଦିବସ । ଏ ସଂକ୍ରାନ୍ତରେ ରାଜ୍ୟପାଳଙ୍କ ଅନୁମୋଦନ ପରେ ଅଧିବେଶନର କାର୍ଯ୍ୟସୂଚୀ ପ୍ରକାଶ କରିଛି ବିଧାନସଭା ସଚିବାଳୟ ।

Share

Leave a Reply

Your email address will not be published. Required fields are marked *

19 − 1 =