ଗରିବଙ୍କ ପାଇଁ ରାଜ୍ୟର ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର (ନିପ୍ର) ୨୦୧୯ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଳିଛନ୍ତି ଆଉ ଏକ ମାଷ୍ଟରଷ୍ଟ୍ରୋକ । ଆସନ୍ତା ଅକ୍ଟୋବର 2 ତାରିଖରୁ ରାଜ୍ୟରେ ଲାଗୁ ହେବ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା । ଆମ ମୁଖ୍ୟମନ୍ତ୍ରୀ ଆମ କଥା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଜି ଏହି ଘୋଷଣା କରିଛନ୍ତି । କେନ୍ଦ୍ରର ନୂଆ ଖାଦ୍ୟ ସୁରକ୍ଷା ଆଇନ ରାଜ୍ୟରେ ଲାଗୁ ହେଲା ପରେ ବହୁ ଗରିବ ଲୋକ ଏଥିରେ ସାମିଲ ହୋଇପାରି ନାହାନ୍ତି । ତେଣୁ ସବୁ ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଏହି ଯୋଜନାର ଘୋଷଣା କରାଯାଇଛି।

୨୦୧୧ ଜନଗଣନା ଆଧାରରେ କେନ୍ଦ୍ର ସରକାର ରାସନ ଯୋଗାଉଛନ୍ତି । ଏଥିପାଇଁ ରାଜ୍ୟର ଲକ୍ଷ ଲକ୍ଷ ଗରିବ ଲୋକ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି । ଏସପର୍କରେ ବାରମ୍ବାର କେନ୍ଦ୍ରକୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସୁଫଳ ମିଳିନାହିଁ । ଏଦିଗରେ କେନ୍ଦ୍ର କିଛି ବିଚାର ମଧ୍ୟ କରୁନାହିଁ । ତେଣୁ ଗତ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟ ସରକାର ଆରମ୍ଭ କରିବେ ନୂଆ ଖାଦ୍ୟ ସୁରକ୍ଷା ଆଇନ  । ଏଥିରେ ଜଣେ ବି ଗରିବ ପରିବାର ଖାଦ୍ୟ ସୁରକ୍ଷାରୁ ବଂଚିତ ହେବେ ନାହିଁ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ମଧ୍ୟ ରାଜ୍ୟର ୯ ଲକ୍ଷ ପରିବାର ବଂଚିତ ହୋଇଥିବା ଦର୍ଶାଇ ନବୀନ ଘୋଷଣା କରିଥିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଯେଉଁଥିରେ ରାଜ୍ୟର ୭୦ ଲକ୍ଷ ପରିବାର ଉପକୃତ ହେବେ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଗଲା ।

Share

Leave a Reply

Your email address will not be published. Required fields are marked *

twenty + 7 =