ରାଜ୍ୟରେ ୨୧୦ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୦ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୯୦୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୬ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୧୨୪ ଜଣ କ୍ଵାରେଣ୍ଟାଇନ୍‌ରେ ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୭, ବାଲେଶ୍ବରରୁ ୬, ପୁରୀରୁ ୫, ଖୋର୍ଦ୍ଧାରୁ ୫୧, ନୂଆପଡାରୁ ୨୩, କଟକରୁ ୧୯,ସମ୍ବଲପୁରରୁ ୧୧, ବରଗଡ଼ ୮, ଯାଜପୁର ଜଣ , ମୟୂରଭଞ୍ଜରୁ ୮ଜଣ , ବଲାଙ୍ଗିର ଜିଲ୍ଲାରୁ ୧୨,ଝାରସୁଗୁଡାରୁ ୪, ଗଞ୍ଜାମରୁ ୩, କେନ୍ଦ୍ରାପଡା, ନୟାଗଡ଼ ଓ ରାୟଗଡ଼ାରୁ ୨ଜଣ ଲେଖାଏଁ ଓ ଢେଙ୍କାନାଳ, କେନ୍ଦୁଝର ଓ ନବରଙ୍ଗପୁରରୁ ଜଣେ, କଳାହାଣ୍ଡି ଜିଲ୍ଲାରୁ ୧୨, ସୁନ୍ଦରଗଡ଼଼ ଜିଲ୍ଲାରୁ ୧୨ ଓ ଷ୍ଟେଟପୁଲରୁ ୧୨ଜଣ ଚିହ୍ନଟ ହୋଇଛନ୍ତି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୯୯୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୪୫୦ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୬୪୮୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Share

Leave a Reply

Your email address will not be published. Required fields are marked *

5 + four =