ରାଜ୍ୟରେ ଆଜି ୧୧୮୦୭ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା ।ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୧୮୦୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୨୪୨୦୭ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୬୧୩ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୧୯୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୧୫୧୦ଜଣ, ଅନୁଗୁଳ ଜିଲ୍ଲାରୁ ୫୬୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୩୭ଜଣ , ବୌଦ୍ଧ ଜିଲ୍ଲାରୁ ୧୭୮ଜଣ, କଟକ ଜିଲ୍ଲାରୁ ୧୦୫୨ଜଣ, ଦେବଗଡ଼ ଜିଲ୍ଲାରୁ ୧୧୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୭୭ଜଣ, ବାଲେଶ୍ୱର ଜିଲ୍ଲାରୁ ୨୬୦ଜଣ, ବରଗଡ ଜିଲ୍ଲାରୁ ୪୨୮, ଭଦ୍ରକ ଜିଲ୍ଲାରୁ ୮୩ଜଣ,ଗଜପତି ଜିଲ୍ଲାରୁ ୧୦୫ଜଣ, ଗଞ୍ଜାମ ଜିଲ୍ଲାରୁ ୩୪୧ଜଣ, ଜଗତସିଂହପୁର ଜିଲ୍ଲାରୁ ୧୩୪ଜଣ, ଯାଜପୁର ଜିଲ୍ଲାରୁ ୩୦୨ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୪୫ଜଣ, କେନ୍ଦୁଝର ଜିଲ୍ଲାରୁ ୨୩୧ଜଣ, କୋରାପୁଟ ଜିଲ୍ଲାରୁ ୧୨୨ଜଣ, ମାଲକାନଗିରି ଜିଲ୍ଲାରୁ ୭୦ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମୟୂରଭଞ୍ଜ ଜିଲ୍ଲାରୁ ୧୭୫ଜଣ,ନବରଙ୍ଗପୁର ଜିଲ୍ଲାରୁ ୪୧୯ଜଣ, ନୟାଗଡ଼ ଜିଲ୍ଲାରୁ ୨୦୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୨୧ଜଣ, କଳାହାଣ୍ଡି ଜିଲ୍ଲାରୁ ୪୦୨ଜଣ, କନ୍ଧମାଳ ଜିଲ୍ଲାରୁ ୯୨ଜଣ, ନୁଆପଡା ଜିଲ୍ଲାରୁ ୨୮୬ଜଣ, ପୁରୀ ଜିଲ୍ଲାରୁ ୪୫୪ଜଣ, ରାୟଗଡା ଜିଲ୍ଲାରୁ ୧୩୮ଜଣ, ସମ୍ବଲପୁର ଜିଲ୍ଲାରୁ ୫୩୩ଜଣ, ସୋନପୁର ଜିଲ୍ଲାରୁ ୨୧୦ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୯୨୨ଜଣ, ଷ୍ଟେଟ ପୁଲ୍‌ରୁ ୩୦୧ଜଣ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

7 − 5 =