ଅମୃତ ଯୋଜାନା କାର୍ଯ୍ୟକାରୀରେ ଓଡିଶା ପୁଣି ଏକ ନମ୍ବର

ଭୁବନେଶ୍ୱର () ଅମୃତ ଯୋଜନା କାର୍ଯ୍ୟକାରୀ କ୍ଷେତ୍ରରେ ଓଡିଶା ପୁର୍ନବାର ଦେଶରେ ପ୍ରଥମ ସ୍ଥାନବଜାୟ ରଖିଛି । ପୂର୍ବରୁ ୨୦୧୫-୧୬, ୨୦୧୬-୧୭ ଓ ୨୦୧୭-୧୮ ରେ ଓଡିଶାଜାତୀୟ ସ୍ତରରେ କ୍ରମାଗତ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାବେଳେ ଲଗାତାରଦୁଇବର୍ଷ ଧରି ପ୍ରଥମ ସ୍ଥାନ ହାସଲ କରିଛି । ରାଜ୍ୟର ଏଭଳି ସଫଳତା ସଂକ୍ରାନ୍ତରେରାଜ୍ୟ ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଆଇନ୍‍ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେବା ସହିତ ସଫଳତା ପାଇଁ ବିଭାଗୀୟ ଅଧିକାରୀଓ କର୍ମଚାରୀଙ୍କୁ ବଧେଇ ଜଣେଇଛନ୍ତି । ରାଜ୍ୟ ଗୁଡିକର କାର୍ଯ୍ୟ ଅଗ୍ରଗତିକୁନେଇ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ରାକିଂରେଓଡିଶା ୮୫.୬୭ ପ୍ରତିଶତ ମାର୍କ ପାଇ ପ୍ରଥମ ସ୍ଥାନରେ ରହିଛି । ୨୦୧୫ମସିହାରେ ଅମୃତ ଯୋଜନା ଆରମ୍ଭ ହୋଇଥିବାବେଳେ ଏହା ମାଧ୍ୟମରେ ୯ଟି ଅମୃତସହରରେ ଜଳ ଯୋଗାଣ, ବର୍ଜ୍ୟଜଳ ବିଶୋଧନ ପ୍ଲାଌକ୍ଷଗ୍ଧ; ନିର୍ମାଣ ସହିତ ସବୁଜ ବଳୟସୃଷ୍ଟି କରାଯାଉଛି । ରାଜ୍ୟର କାର୍ଯ୍ୟକାରୀ ହେଉଥିବା ୧୯୧ ଟି ପ୍ରକଳ୍ପ ମଦ୍‍ୟରୁବର୍ତ୍ତମାନ ସୁଦ୍ଧା ୧୪୮ଟିର କାମ ସରିଥିବାବେଳେ ଅବଶିଷ୍ଟ ଗୁଡିକ ମାର୍ଚ୍ଚ୨୦୨୧ ସୁଦ୍ଧା ସାରିବାର ଲକ୍ଷ୍ୟ ରହିଛି ।

ସହରାଞ୍ଚଳରେ ଲୋକଙ୍କୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ କ୍ଷେତ୍ରରେ ଓଡିଶା ଉଲ୍ଲେଖନୀୟ କାର୍ଯ୍ୟ କରିଛି । ଓଡିଶାର ୯ଟି ସହରରେ ଅମୃତ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏଠାରେ ପାଇପ୍‍ ଯୋଗେ ଜଳଯୋଗାଣ ବ୍ୟବସ୍ଥା ନିଶ୍ଚିତ କରାଯାଇଛି । ଏହିସବୁ ସହର ଗୁଡିକ ହେଉଛି ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବାରିପଦା, ବାଲେଶ୍ୱର, ଭଦକ୍ର, ବ୍ରହ୍ମପୁର ଓ ପୁରୀ । ଏହିସବୁ ସହର ଗୁଡିକରେ ୨୪୦୦ କିଲୋମିଟରର ପାଇପ୍‍ ବିଛା ଓ ବଦଳ କାମ ସରିଥିବାବେଳେ ଚଳିତବର୍ଷ ଡିସେମ୍ବର ସୁଦ୍ଧା ଶତ ପ୍ରତିଶତ କାର୍ଯ୍ୟ ସମାପ୍ତ ହେବ । ୬ଟି ଜଳ ବିଶୋଧନ ପ୍ଲାଌକ୍ଷଗ୍ଧ; ମଧ୍ୟରୁ ରାଉରକେଲା ଓ ଭୁବନେଶ୍ୱର ଠାରେ ଦୁଇଟି କାର୍ଯ୍ୟକାରୀ ହୋଇଛି । ୮୯ଟି ନୂତନ ସ୍ୱୟଂକ୍ରିୟ ଇଏସ୍‍ଆର ଓ ଜିଏସ୍‍ଆର ବ୍ୟବସ୍ଥାରେ ଜଳ ଗଚ୍ଛିତ ଓ ପରିାଚଳନା କାର୍ଯ୍ୟକୁ ଅଧିକ ତ୍ୱରନ୍ୱିତ କରାଯାଇ ପାରିଛି ।

ବର୍ତ୍ତମାନ ସୁଦ୍ଧା ୯ଟି ଅମୃତ ସହର ବାହାରେ ଥିବା ସହରାଞ୍ଚଳର ଏକ ଲକ୍ଷ ୨୩ହଜାର ପରିବାରକୁ ଜଳ ସଂଯୋଗ ଦିଆଯାଇ ପାରିଛି । ମୁଣ୍ଡୁଳି, ଭୁବନେଶ୍ୱର ଏବଂ ପୁରୀ ଠାରେ ସ୍ମାର୍ଟ ଜଳ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାବେଳେ ବ୍ରହ୍ମପୁର ଓ ବାରିପଦା ଠାରେ ପମ୍ପହାଉସ୍‍ରେ ସୌରଶକ୍ତି ଚାଳିତ ପମ୍ପ ସ୍ଥାପନ ହୋଇଛି । ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବାରିପଦା, ବାଲେଶ୍ୱର, ବ୍ରହ୍ମପୁର ଏବଂ ପୁରୀ ଠାରେ ୮ଟି ସେପ୍ଟିକ ଟ୍ୟାକାର୍ଯ୍ୟକାରୀ ହୋଇଛି । ଭୁବନେଶ୍ୱରରେ ଗୋଟିଏ ବର୍ଜ୍ୟଜଳ ବିଶୋଧନ ପ୍ଲାଌକ୍ଷଗ୍ଧ; କାର୍ଯ୍ୟକାରୀ ହୋଇଥିବାବେଳେ ସମ୍ବଲପୁର ଓ ରାଉରକେଲା ପ୍ରକଳ୍ପ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ଜିମ୍‍, ଜଗିଙ୍ଗ ଟ୍ରେଲ ଓ ପିଲାଙ୍କ ଖେଳଣା ସାମଗ୍ରୀ ଥାଇ ନିର୍ମାଣ ହେବାକୁ ଥିବା ୧୧୦ଟି ପାର୍କ ମଦ୍‍ୟରୁ ୮୫ଟି ସମ୍ପୂର୍ଣ୍ଣ ହୋଇଛି । ଅମୃତ ଯୋଜନାରେ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଯାଉଛି । ଥଇଥାନ କଲୋନୀ ଗୁଡିକରେ ଲୋକେ ବିଷାକ୍ତ ପାନୀୟଜଳ ସେବନରୁ ରକ୍ଷା ପାଇବା ସହିତ ସହରାଞ୍ଚଳରେ ଏକାଧିକ ଶିଶୁ ଅନୁକୂଳ ପାର୍କ ପ୍ରତିଷ୍ଠା ହୋଇପାରିଛି । ଅମୃତ ଯେଜାନା ଜରିଆରେ ରାଜ୍ୟ ସରକାର ସହରାଞ୍ଚଳରେ ଆନୁଷଙ୍ଗିକ ସୁବିଧା ସୁଯୋଗ ଓ ସ୍ଥାୟୀ ଭିତ୍ତିଭୂମି ଯୋଗାଣ ଉପରେ ଗୁରୁତ୍ୱ ଦେଉଥିବା ମନ୍ତ୍ରୀ ଜେନା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

four + 17 =