କେନ୍ଦ୍ରୀୟ ବଜେଟରେ ଓଡିଶା ଅବହେଳିତ

ଭୁବନେଶ୍ବର () କେନ୍ଦ୍ର ବଜେଟରେ ଅବହେଳିତ ହୋଇଛି ଓଡିଶା । କେନ୍ଦ୍ରୀୟ ଟିକସରେ ଓଡିଶାର ଭାଗ ଦ୍ରୁତ ଭାବେ ହ୍ରାସ ପାଇବ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ମନ୍ତ୍ରୀ ଜାରି କରିଥିବା କେନ୍ଦ୍ରୀୟ ବଜେଟ ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।

କୋଭିଡ ପରବର୍ତ୍ତି ସ୍ଥିତିରେ ଏହା ହେଉଛି ପ୍ରଥମ ବଜେଟ୍ ଏବଂ ସେଠାରେ ଅନେକ ନୂତନ ଚ୍ୟାଲେଞ୍ଜ ଅଛି ଯାହା ଏହି ବଜେଟ୍ ସମାଧାନ କରିବ ବୋଲି ଆଶା କରାଯାଉଛି । ବଜେଟରେ କେତେକ ସକରାତ୍ମକ ଦିଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଅଭିବୃଦ୍ଧି ପାଇଁ କ୍ୟାପିଟାଲ ଇନଭେଷ୍ଟମେଣ୍ଟକୁ ଗୁରୁତ୍ୱ ଦିଆଯାଇଛି । ସେହିପରି କୋଭିଡ୍ ଭ୍ୟାକସିନ୍ ପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି । ବିତ୍ତୀୟ ନିଅଣ୍ଟ ଭରଣା ପାଇଁ କଠୋର ନିଷ୍ପତ୍ତି ନିଆଯାଇଛି । ଆତ୍ମନିର୍ଭର ଭାରତ ପାଇଁ ମଧ୍ୟମ ଓ ଦୀର୍ଘକାଳୀନ ଭିଜନ ପ୍ରସ୍ତୁତ କରାଯାଇଛି । ତେବେ କେନ୍ଦ୍ରୀୟ ଟିକସରେ ଓଡ଼ିଶା ବ୍ୟାପକ ଭାବେ ପ୍ରଭାବିତ ହେବ । ଚଳିତ ଆର୍ଥିକ ବର୍ଷରେ ଓଡ଼ିଶା ହରାଇବ ୧୦,୮୪୦କୋଟି । ସେହିପରି ପଞ୍ଚଦଶ ଅର୍ଥ କମିଶନ ସୁପାରିସରେ କମିବ ଓଡ଼ିଶାର ଭାଗ । ଆସନ୍ତା ୫ବର୍ଷ ପାଇଁ ଅର୍ଥ କମିଶନ ହାର ୪.୬ରୁ ୪.୫%କୁ ହ୍ରାସ ପାଇବ ବୋଲି ନବୀନ କହିଛନ୍ତି ।

ରାଜ୍ୟ ପାଇଁ ରେଳବାଇ ଓ ରାଜପଥରେ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ସମେତ ସାମାଜିକ କ୍ଷେତ୍ରରେ ଅଧିକ ପୁଞ୍ଜିର ଆବଶ୍ୟକତା ରହିଛି । ଏଥିସହ ପେଟ୍ରୋଲ ଓ ଡିଜେଲ ଉପରେ ସେସ୍ ରାଜ୍ୟ ଅର୍ଥନୀତିକୁ ପ୍ରଭାବିତ କରିବ ବୋଲି ନବୀନ କହିଛନ୍ତି । ମହିଳା, ଚାଷୀ, MSMEକୁ ଋଣ ଦେବାରେ ବ୍ୟାଙ୍କକୁ ଉତ୍ତରଦାୟୀ କରାଯାଉ ବୋଲି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଓଡ଼ିଶା ପରି ଗ୍ରୀନ କେନ୍ଦ୍ରୀୟ ବଜେଟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । କେନ୍ଦ୍ର ବଜେଟରେ ମିଶନ ଶକ୍ତିକୁ ଦିଆଯାଇଛି ପ୍ରାଧାନ୍ୟ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଏଥିସହ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାସ୍‌ କରିବାକୁ ଦାବି କରିବା ସହ ଓଡ଼ିଶା ଏନେଇ ଲଢେଇ ଜାରି ରଖିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Share

Leave a Reply

Your email address will not be published. Required fields are marked *

3 × 3 =