ପୁଣି ମୋବାଇଲରୁ ମୋବାଇଲକୁ ଘୁରିବୁଲିଲା ଇରାଂଜୀ ପ୍ରଶ୍ନପତ୍ର

ଓଡିଆ ପ୍ରଶ୍ନପତ୍ର ପରେ ଆଜି ଇରାଂଜୀ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ହୋଇଛି । ବଲାଙ୍ଗୀରରେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି କୋଶ୍ଚିନ । ପରୀକ୍ଷାରୁ ୧୫ରୁ ୨୦ ମିନିଟ ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଚର୍ଚ୍ଚା ହେଉଛି । ସେଟ ଏର ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ସେହିପରି କଳାହାଣ୍ଡି ଭବାନୀପାଟଣାରେ ମଧ୍ୟ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଛି।

ଉଲ୍ଲେଖ ଥାଉ କି, ପରୀକ୍ଷା ପ୍ରଥମ ଦିନ ଓଡିଆ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏ ସଂକ୍ରାନ୍ତରେ ବୋର୍ଡ କର୍ତ୍ତୃପକ୍ଷ ପାଖାପାଖି ୧୧ଟା ୪୦ ମିନିଟରେ ଅବଜେକ୍ଟିଭ୍ ପ୍ରଶ୍ନ ଭାଇରାଲ ହୋଇଥିବା ଜାଣିବାକୁ ପାଇଥିଲେ। ତଦନ୍ତ ପରେ ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ୍ କରଙ୍ଗମାଳ ହାଇସ୍କୁଲ, ଲିଟିସର୍ଗୀସ୍ଥିତ ଗୋପୀନାଥ ହାଇସ୍କୁଲ, କୋରାପୁଟ ଜିଲ୍ଲାର ବନ୍ଧୁଗାଁ ସରକାରୀ ହାଇସ୍କୁଲ ଓ ଢ଼େଙ୍କାନାଳ ଜିଲ୍ଲାର ଚିରୁଲେଇ ବ୍ଲକ୍ ସୁଦର୍ଶନ ବିଦ୍ୟାଭବନରେ ପ୍ରଥମ ଭାଷା ଓଡ଼ିଆର ପାର୍ଟ-୧ ଅବଜେକ୍ଟିଭ୍ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡ଼ିଥିଲା। ଏହି ଘଟଣାରେ କାର‌୍ୟ୍ୟାନୁଷ୍ଠାନ ସ୍ବରୂପ ନୂଆପଡ଼ା ଜିଲ୍ଲାର ଦୁଇ ହାଇସ୍କୁଲ, ବନ୍ଧୁଗାଁ ହାଇସ୍କୁଲ, ଢ଼େଙ୍କାନାଳର ସୁଦର୍ଶନ ବିଦ୍ୟାଭବନର ୪ଜଣ ସେଣ୍ଟର ସୁପରିଟେଣ୍ଡେଣ୍ଟ, ସଂପୃକ୍ତ ହଲ ଦାୟିତ୍ବରେ ୪ଜଣ ଇନ୍ଭିଜିଲେଟରଙ୍କୁ ନିଲମ୍ବିତ କରାଯାଇଥିଲା।

ଗତକାଲି ଏଥିରେ ସଂପୃକ୍ତ ଅନ୍ୟ ଜଣେ ଶିକ୍ଷକଙ୍କ ସମେତ ପରୀକ୍ଷା କାର‌୍ୟ୍ୟରେ ଅବହେଳା ପାଇଁ ଜଗତସିଂହପୁରର ୨ଜଣଙ୍କୁ ନିଲମ୍ବନ କରାଯାଇଛି। ଏହା ସହିତ ଭାଇରାଲ ହୋଇଥିବା ୪ଟି ଯାକ ସ୍କୁଲ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ସମେତ ୯ଜଣଙ୍କ ନାମରେ ଏତଲା ଦିଆଯାଇଛି। ପୁଲିସ୍ ୫ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି।

Share

Leave a Reply

Your email address will not be published. Required fields are marked *

15 − 6 =