ପୁରୀ ଯାଏଁ ଲମ୍ବିଛି ଓଡିଶା ଇନଫ୍ରାଟେକ ଜମି କେଳେଙ୍କାରୀ

ଭୁବନେଶ୍ବର () ଖୋର୍ଦ୍ଧାରୁ ପୁରୀ ଯାଏଁ ଲମ୍ବିଛି ଓଡିଶା ଇନଫ୍ରାଟେକର ଜମି କେଳଙ୍କାରୀ । ସାରୁଅ ଜମି ଦୁର୍ନୀତିରେ ମୋହରା ସାଜିଥିବା ଡ୍ରାଇଭର ରବିନ୍ଦ୍ର ସେଠୀଙ୍କ ଚାଞ୍ଚଲ୍ୟକର ବୟାନରୁ ଏଭଳି ତଥ୍ୟ ପଦାକୁ ଆସିଛି । ଡ୍ରାଇଭର ରବି ସେଠୀ, ଯାହାଙ୍କ ନାଁରେ ସାରୁଅରେ ଅନୁସୂଚିତ ଜାତି ଲୋକଙ୍କ ଜମି କିଣାଯାଇଛି ଆଜି ସେ କହିଛନ୍ତି, କିପରି ତାଙ୍କ ନାଁରେ ପୁରୀରେ ମଧ୍ୟ ଜମି କିଣା ଯାଇଥିଲା ।

ତାଙ୍କ ନାଁରେ ଜମି କିଣିବାକୁ ରବିନ୍ଦ୍ର ବାରମ୍ବାର ମନାକରିଥିଲେ ମଧ୍ୟ କିପରି ତାଙ୍କୁ ଧମକାଇ ଏହି କାରବାର କରାଯାଇଥିଲା ସେ କଥା କହିଛନ୍ତି । ସାରୁଅ ଜମି ଅନୁସୂଚିତ ଜାତିର ଲୋକଙ୍କର ହୋଇଥିବାରୁ ତାଙ୍କ ନାଁରେ କିଣା ଯାଇଥିଲା ବୋଲି ସେ କହିଛନ୍ତି । ଏଥିସହ ପୁରୀରେ ମଧ୍ୟ ତାଙ୍କ ନାଁରେ ଜମି କିଣାଯାଇଥିବା ଅଭିଯୋଗ ଆଣିଛନ୍ତି ରବୀନ୍ଦ୍ର ।

https://youtu.be/wZaxTgVVRHE

ରବିନ୍ଦ୍ର କହିଛନ୍ତି, ଓଡିଶା ଇନଫ୍ରାଟେକ ପ୍ରାଇଭେଟ୍ ଲିମିଟେଡ୍ ତାଙ୍କ ନାଁରେ ବେଆଇନ୍ ଭାବେ ସାରୁଅ ଜମି କିଣିଛି । ତାଙ୍କ ନାଁରେ ଜମି କିଣିବା ପାଇଁ କମ୍ପାନୀ କର୍ତୃପକ୍ଷ କହିବା ସମୟରେ ସେ ମନା କରିଥିଲେ । କର୍ତୃପକ୍ଷ ତାଙ୍କ ଚାକିରି ଛଡେଇ ନେବାର ଧମକ ଦେଇ ଜମି କିଣିଛନ୍ତି । ଚାକିରି ଚାଲି ଯିବା ଭୟରେ କମ୍ପାନୀ କର୍ତୃପକ୍ଷ ଯେଉଁଠି କହିଲେ ସେଇଠି ସେ ଦସ୍ତଖତ କରିଥିଲେ । ବେଆଇନ୍ ଜମି କିଣିବା ନେଇ ସେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଅଭିଯୋଗ ମଧ୍ୟ କରିଥିଲେ ।

୨୦୦୦ ମସିହାରୁ ୨୦୧୭ ଯାଏଁ ରବି ସେଠୀ ଓରଟେଲରେ ଡ୍ରାଇଭର ଭାବେ କାମ କରୁଥିଲେ । ଯେହେତୁ ସାରୁଅ ଜମି ଅନୂସୁଚିତ ଜାତିର ଲୋକଙ୍କର ତେଣୁ ତାଙ୍କ ନାଁରେ କିଣା ଯାଇଛି । ପୁରୀ ଜିଲ୍ଲାରେ ମଧ୍ୟ ତାଙ୍କ ନାଁରେ ଜମି କିଣାଯାଇଛି ବୋଲି କହିଛନ୍ତି ରବିନ୍ଦ୍ର ।

Share

Leave a Reply

Your email address will not be published. Required fields are marked *

3 × two =