କାଲିଠୁ ୨୫ ପର୍ଯ୍ୟନ୍ତ ବନ୍ଦ ରହିବ ହାଇକୋର୍ଟ

କଟକ : ଓଡିଶା ହାଇକୋର୍ଟର ଦୁର୍ଗାପୂଜା ଅବକାଶ । ଆସନ୍ତା କାଲିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ହାଇକୋର୍ଟ । ଏହି ଅବକାଶ ସମୟରେ ଅକ୍ଟୋବର ୧୧,୧୮ ଓ ୨୧ ତାରିଖରେ ଅବକାଶ କାଳୀନ ଖଣ୍ଡପୀଠ ବସି ଜରୁରୀ ମାମଲା ଗୁଡିକର ଶୁଣାଣି କରିବେ। କୋଭିଡ଼ କଟକଣା ମାନି ସକାଳ ୧୧ ଟାରୁ ଅପରାହ୍ନ ୩ ମଧ୍ୟରେ ଜରୁରୀ ମାମଲା ଗୁଡିକର ଶୁଣାଣି କରାଯିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୧ ତାରିଖରେ ଜଷ୍ଟିସ ବି.ଆର ସରଙ୍ଗୀ ଓ ଜଷ୍ଟିସ ଏସ ରାଥୋଙ୍କ ଖଣ୍ଡପୀଠରେ ଯଥାକ୍ରମେ ଡିଭିଜନ ବେଞ୍ଜ ମାମଲା ଓ ସିଙ୍ଗଲ ଜଜ ସିଭିଲ ମାମଲାର ଶୁଣାଣି ହେବ । ୧୮ ତାରିଖରେ ଜଷ୍ଟିସ ବି ମହାନ୍ତି ଓ ଜଷ୍ଟିସ କେ.ଆର ମହାପାତ୍ରଙ୍କ ଖଣ୍ଡପୀଠରେ ଶୁଣାଣି ହେବ । ସେହିପରି ଜଷ୍ଟିସ ପି.ବି ରାଉତରାଏ,ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଶୁଣାଣି ହେବ ।

Share

Leave a Reply

Your email address will not be published. Required fields are marked *

two × 3 =