ଜାତୀୟ ହାରଠାରୁ ଓଡିଶାର ଅଭିବୃଦ୍ଧି ହାର ଅଧିକ

ଭୁବନେଶ୍ବର () ଜାତୀୟ ହାର ଠାରୁ ରାଜ୍ୟର ଅର୍ଥନେତିକ ଅଭିବୃଦ୍ଧି ଘଟୁଛି । ଦେଶର ବିକାଶ ଧାରା ଠାରୁ ଗୋଟିଏ ପାଦ ଆଗରେ ଅଛି ଓଡିଶା। ପରିଚାଳନା ଗତ ଅବ୍ୟବସ୍ଥା ଯୋଗୁଁ ଜାତୀୟ ଅର୍ଥନୀତିରେ ନିମ୍ନଗାମୀ ହେଉଥିବା ବେଳେ ରାଜ୍ୟ ଅର୍ଥନୀତିରେ ଅଭିବୃଦ୍ଧି ହେଉଛି । ଜାତୀୟ ଅଭିବୃଦ୍ଧି ହାର ୭.୧% ଥିବା ବେଳେ ରାଜ୍ୟର ଅଭିବୃଦ୍ଧି ହାର ରହିଛି ୮.୨ ପ୍ରତିଶତ । ବିଜେଡ଼ି ଆଇଟି ସେଲର ମୁଖ୍ୟ ଅମର ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

୨୦୧୩-୧୪ରୁ 2017-18 ଯାଏଁ ପ୍ରତିବର୍ଷ ଲଗାତାର ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୮.୨ ପ୍ରତିଶତ ରହିଛି। ଏହା ଜାତୀୟ ଅର୍ଥନୀତି ହାରଠାରୁ ଅଧିକ ବୋଲି ସ୍ପଷ୍ଟ ସୂଚାଇ ଦେଉଛି । ଏହା ରାଜ୍ୟରେ ଶିକ୍ଷା, ସାମଜିକ, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ବିକାଶର ସଙ୍କେତ ଦେଉଛି। ବିଜେପି ଶାସିତ ରାଜ୍ୟଠାରୁ ମଧ୍ୟ ଓଡ଼ିଶାର ଅର୍ଥନୈତି ହାର ଅଧିକ ରହିଥିବା ସେ କହିଛନ୍ତି।

୨୦୧୮-୧୯ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକରେ ଦେଶର ମୋଟ ଘରୋଇ ଉତ୍ପାଦର ଅଭିବୃଦ୍ଧି ହାରରେ ହ୍ରାସ ପରିଲକ୍ଷିତ ହୋଇଛି। ଜିଡିପି ଅଭିବୃଦ୍ଧିର ହାର ୮.୨ ପ୍ରତିଶତରୁ ୭.୧ ପ୍ରତିଶତକୁ ଖସି ଆସିଛି । ବିମୁଦ୍ରୀକରଣ ଓ ଜିଏସଟି ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାରକୁ ମନ୍ଥର କରିଥିବା ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

five × 5 =