କଳ୍ପନାଙ୍କ ମରଶରୀର ଆଣିବାକୁ କାଠମାଣ୍ଡୁ ଯିବ ଟିମ୍

ଭୁବନେଶ୍ବର()  ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଆଣିବାକୁ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ଓଡ଼ିଶାରୁ ଏକ ଟିମ୍ କାଠମାଣ୍ଡୁ ଯିବ। ଏହି ଟିମ୍ରେ କଳ୍ପନାଙ୍କ ଭାଇ ପ୍ରଦୀପ ଦାଶଙ୍କ ସମେତ ପରିବାରର ୨ ଜଣ ସଦସ୍ୟ ଅଛନ୍ତି। ଅନ୍ତର୍ଜାତୀୟ ପର୍ବତାରୋହୀ ଗଣେଶ ଜେନା ମଧ୍ୟ ଟିମ୍ ସହ ଯିବେ। ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଆସନ୍ତାକାଲି ଏହି ୩ ଜଣିଆ ଟିମ୍ କାଠମାଣ୍ଡୁ ଗସ୍ତ କରିବ । ମରଶରୀରକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ୧୦ ଜଣ ଶେର୍ପାକୁ ଦାୟିତ୍ୱ ଦେଇଛନ୍ତି । ସରକାରଙ୍କ ଯୋଜନା ଅନୁଯାୟୀ ୨୫ ତାରିଖରୁ ଅକ୍ସିଜେନ୍ ମାସ୍କ, ଆବଶ୍ୟକ ଦଉଡ଼ି ଏବଂ ଅନ୍ୟ ଉପକରଣ ସହ ଶେର୍ପାମାନେ କଳ୍ପନାଙ୍କ ମରଶରୀରକୁ ଉଦ୍ଧାର କରିବା ପାଇଁ ବାହାରି ଯାଇଛନ୍ତି । ୨୮ ତାରିଖ ଅର୍ଥାତ ମଙ୍ଗଳବାର ଦିନ ହେଲିକଫ୍ଟର ଜରିଆରେ କାଠମାଣ୍ଡକୁ କଳ୍ପନାଙ୍କ ମରଶରୀର ଅଣାଯିବା ପରେ ମୃତଦେହର ପୋଷ୍ଟମର୍ଟମ କରାଯିବ । ପୋଷ୍ଟମର୍ଟମ ପରେ କଳ୍ପନାଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ ।

Share

Leave a Reply

Your email address will not be published. Required fields are marked *

1 × 4 =