ବ୍ଲାକ ପଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: କେନ୍ଦ୍ର ସରକାର ବ୍ଲାକ ପଙ୍ଗସକୁ ମହାମାରୀ ଘୋଷଣା କରିବା ପରେ ରାଜ୍ୟ ସରକାର ମଧ୍ୟ ବ୍ଲାକ ପଙ୍ଗସକୁ ମହାମାରୀ ଭାବେ ଘୋଷଣା କରିଛନ୍ତି। ମହାମାରୀ ଘୋଷଣା ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ମହାମାରୀ ଘୋଷଣା କରିବାକୁ ପରାମର୍ଶ ଦେଇଥିଲା କେନ୍ଦ୍ର ସରକାର । ରାଜ୍ୟରେ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ରାଜ୍ୟ ସରକାର ।ବ୍ଲାକ ପଙ୍ଗସକୁ ମହାମାରୀକୁ ପୂର୍ବରୁ ତେଲେଙ୍ଗାନା ଓ ରାଜସ୍ଥାନ ସରକାର ଏହାକୁ ମହାମାରୀ ଘୋଷଣା କରି ଥିବା ସମୟରେ ଆଜି ଓଡ଼ିଶା ସରକାର ମଧ୍ୟ ଏହାକୁ ମହାମାରୀ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, ବ୍ଲାକ ଫଙ୍ଗସ୍ ସଂକ୍ରମଣରେ ମହାରାଷ୍ଟ୍ରରେ ୯୦ ଜଣଙ୍କର ଜୀବନ ଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏହାସହ ୧୫୦୦ ରୁ ଅଧିକ ସଂକ୍ରମିତ ଚିହ୍ନଟ ମଧ୍ୟ ହୋଇଛନ୍ତି । କରୋନା ସଂକ୍ରମିତଙ୍କ ଠାରେ ଏହି ରୋଗ ଦେଖିବାକୁ ମିଳୁଛି । ଏହି ରୋଗରେ ସଂକ୍ରମିତ ହେବା ପରେ ରୋଗୀଙ୍କର ଆଖି ନଷ୍ଟ ହୋଇଯିବା ସହ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରିଛି ।

Share

Leave a Reply

Your email address will not be published. Required fields are marked *

19 − 4 =