ସହିଦ ପରିବାରକୁ ୨୫ ଲକ୍ଷ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

୨ ଓଡ଼ିଆ ଯବାନଙ୍କ ପରିବାର ପାଇଁ ଅନୁକମ୍ପା ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର । ସହିଦ ମନୋଜ ବେହେରା ଓ ସହିଦ ପ୍ରସନ୍ନ ସାହୁଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଦେଶପାଇଁ ବଳିଦାନ ଦେଇଥିବା ଏହି ଦୁଇ ବୀର ଓଡ଼ିଆ ଯବାନଙ୍କ ପିଲାଙ୍କ ଶିକ୍ଷା ସମ୍ବନ୍ଧୀୟ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ବୋଲି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି । ପୂର୍ବରୁ ଉଭୟ ସହିଦଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର ।
ଅନ୍ୟପଟେ ଦେଶମାତୃକା ପ୍ରତି ସେମାନଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ୨ ବୀର ସହିଦ ଓଡ଼ିଆ ଯବାନ ମନୋଜ ବେହେରା ଏବଂ ପ୍ରସନ୍ନ ସାହୁଙ୍କ ନାଁରେ ତାଙ୍କ ଗ୍ରାମର ବିଦ୍ୟାଳୟ ନାମିତ କରିବାକୁ ମଧ୍ୟ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 2 =