ନିଆଁକୁ ଆୟତ୍ତ ପାଇଁ ଟାସ୍କ ଫୋର୍ସ ଗଠନ

ଭୁବନେଶ୍ୱର: ଜଙ୍ଗଲ ନିଆଁକୁ ଆୟତ୍ତ ପାଇଁ ଗଠନ ହେଲା ଟାସ୍କ ଫୋର୍ସ | ଟାସ୍କ ଫୋର୍ସ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ | ଏହି ଟାସ୍କ ଫୋର୍ସର ଅଧ୍ୟକ୍ଷ ରହିବେ ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ | ସେହିଭଳି ପୂର୍ବତନ ପିସିସିଏଫଙ୍କ ଅଧ୍ୟକ୍ଷତାରେ ରହିବେ ୯ ଜଣିଆ ଟାସ୍କ ଫୋର୍ସ ଟିମ୍ | ଏହି ଟାସ୍କ ଫୋର୍ସ ଟିମ୍ ଦ୍ୱାରା ଅତ୍ୟାଧୁନିକ ପ୍ରକ୍ରିୟାରେ ନିଆଁକୁ ଲିଭା ଯିବା ସହ ଅଗ୍ନିକାଣ୍ଡର କାରଣ ଖୋଜିବ ଟିମ୍ | ଏତଦ ବ୍ୟତୀତ ଜୈବ ବିବିଧତା ଓ ପ୍ରାଣୀଙ୍କ କ୍ଷତି ନେଇ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବ ଟିମ୍ |

ଅନ୍ୟପକ୍ଷେ ଏବେ ବି ଜଳୁଛି ଶିମିଳିପାଳ | ସପ୍ତାହେରୁ ଅଧିକ ସମୟ ଧରି ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ ଅଭୟାରଣ୍ୟ ଜଙ୍ଗଲର ଦୁଧିଆଣି, ତାଳବନ୍ଧ, ଗୁରୁହୁଡିଆ, କେନ୍ଦୁମୁଣ୍ଡି ଓ ବରେହିପାଣି ଭଳି ପ୍ରାୟ ୧୦ଟି କୋର୍ ଏରିଆରେ ନିଆଁ ଲାଗିବା ସବ ବରଫ ଏରିଆରେ ଥିବା ପିଠାବଟା ରେଞ୍ଜ ଖସାଡିହା ଜଙ୍ଗଲରେ ବି ବ୍ୟାପିବାରେ ଲାଗିଛି ନିଆଁ । କେବଳ ଶିମିଳିପାଳ ଅଭୟାରଣ୍ୟ ନୁହେଁ , ନୀଳଗିରି ସ୍ଥିତ ସଂରକ୍ଷିତ ଅଭୟାରଣ୍ୟରେ ମଧ୍ୟ ନିଆଁ ଲାଗିଛି । ନଣ୍ଡିଆ ପର୍ବତ ଶିଖରରୁ ଆରମ୍ଭ ହେଉଥିବା ନିଆଁ ଏବେ ବହୁ ଅଞ୍ଚଳରେ ବ୍ୟାପି ଗଲାଣି । ଭୟାବହ ନିଆଁ ଦ୍ୱାରା ଅଭୟାରଣ୍ୟରେ ଥିବା ହରିଣ, ହାତୀ, ଭାଲୁ,ଶମ୍ବର ଓ ଅନ୍ୟ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ଆଶଙ୍କା ରହିଛି । ଜଙ୍ଗଲ ନିକଟରେ ଥିବା ୨୦ରୁ ଅଧିକ ଗାଁ ଏବେ ବି ଭୟଭୀତ ।

Share

Leave a Reply

Your email address will not be published. Required fields are marked *

two + sixteen =