ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ସନ୍ଧ୍ୟା ସାଢ଼େ ୫ଟାରେ କ୍ୟାବିନେଟ୍ ବୈଠକ ବସିବ ବୋଲି ସୂଚନା ମିଳିଛି । ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଓ ଇ-ଯାନ ପ୍ରସ୍ତାବ ଭଳି ୯ଟି ପ୍ରସ୍ତାବ ଉପରେ ମୋହର ବାଜିପାରେ ବୋଲି ଅନୁମାନ କରାଯାଉଛି । ସେପଟେ ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟୁଛି । ପଂଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ନେଇ ଆସନ୍ତା ବିଧାନସଭାରେ ସଂଶୋଧନ ଆସିବାକୁ ଯାଉଛି । ଏଥର ନିର୍ବାଚନ ପାଇଁ ସରଂକ୍ଷଣ ୫୦ ପ୍ରତିଶତ ଭିତରେ ରହିବ, ଏଥିପାଇଁ ସଂରକ୍ଷଣ ଆଇନ ଆସୁଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen + twenty =