ସକାଳ ୮ରୁ ୧୦ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ | ମେ ୩ରୁ ମେ ୧୫ ପର୍ଯ୍ୟନ୍ତ ପରୀକ୍ଷା ହେବ | ତେବେ ପରୀକ୍ଷା ସକାଳ ୮ରୁ ଆରମ୍ଭ ହୋଇ ଦିନ ୧୦ ପର୍ଯ୍ୟନ୍ତ ପରୀକ୍ଷା ହେବ | ମେ ୩ ତାରିଖ ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା | ମେ ୫ରେ ଦ୍ୱିତୀୟ ଭାଷା ଇଂଲିଶ , ୭ରେ ତୃତୀୟ ଭାଷା ହିନ୍ଦୀ ପରୀକ୍ଷା ,୮ରେ ତୃତୀୟ ଭାଷା ସଂସ୍କୃତ, ୧୦ରେ ଗଣିତ ପରୀକ୍ଷା ହେବ | ସେହିଭଳି ୧୨ରେ ବିଜ୍ଞାନ ଓ ୧୫ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ |

ତେବେ ଗଣିତ ପରୀକ୍ଷାରେ ୧୫ମିନିଟ ଅଧିକ ସମୟ ମିଳିବ | ସବୁ ପରୀକ୍ଷା ୧୦ଟାରେ ସରୁଥିବା ସମୟରେ ଗଣିତ ପରୀକ୍ଷା ୧୦ଟା ୧୫ରେ ସରିବ |ସକାଳ ୭ଟା ୪୫ରେ ଉଭୟ ଅବ୍‌ଜେକ୍ଟିଭ ଓ ସବ୍‌ଜେକ୍ଟିଭ ପ୍ରଶ୍ନପତ୍ର ବଣ୍ଟାଯିବ। ଅବ୍‌ଜେକ୍ଟିଭ୍‌ ସକାଳ ୮ଟାରୁ ୯ଟା, ସବ୍‌ଜେକ୍ଟିଭ ପରୀକ୍ଷା ୯ଟାରୁ ୧୦ଟା ଯାଏ ହେବ। ଗଣିତ ଅବ୍‌ଜେକ୍ଟିଭ ପରୀକ୍ଷା ସକାଳ ୮ଟାରୁ ୯ଟା ୧୫ ଯାଏ ଚାଲିବ। OMRରେ ଅବ୍‌ଜେକ୍ଟିଭ ଓ ବୁକ୍‌ଲେଟରେ ସବ୍‌ଜେକ୍ଟିଭ ଉତ୍ତର ଲେଖିବେ।

Share

Leave a Reply

Your email address will not be published. Required fields are marked *

fifteen + eleven =