ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ବିରୋଧୀଙ୍କ ତାତି

ଭୁବନେଶ୍ୱର: ଶୁନ୍ୟକାଳରେ ଉଠିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ। କେନ୍ଦ୍ରୀୟ ଯୋଜନାକୁ ହଡପ କରାଯାଇଛି। ଭୋଟ ବ୍ୟାଙ୍କ ପାଇଁ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କୁ ଗୃହ ବଣ୍ଟା ଯାଇଛି। ପ୍ରକୃତ ହିତାଧିକାରୀଙ୍କୁ ଘର ମିଳିନି। ଗୃହ ବଣ୍ଟନରେ ପାତର ଅନ୍ତର କରାଯାଇଛି। କେନ୍ଦ୍ରୀୟ ଟିମ ୫ ଜିଲ୍ଲାର ୯ ବ୍ଲକ ଯାଇ ଅନିୟମିତତା ଦେଖିଛନ୍ତି। ଅନିୟମିତତା ହୋଇଥିବା ନେଇ ରାଜ୍ୟସରକାରଙ୍କୁ କେନ୍ଦ୍ରୀୟ ଟିମ ଅବଗତ କରାଇଛନ୍ତି ହେଲେ କାର୍ୟ୍ୟାନୁଷ୍ଠାନ ହୋଇନି। ୧୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା କହିଲେ ମୋହନ ମାଝୀ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କହିବା ପାଇଁ ଅଧିକ ସମୟ ମାଗିଲେ ବିରୋଧୀଦଲ ମୁଖ୍ୟ ସଚେତକ। ଶୁନ୍ୟକାଲାରେ କହିବାକୁ ଅଧିକ ସମୟ ନ ଦେବାରୁ ବିରୋଧୀ ବିଜେପି ସଦସ୍ୟଙ୍କ ହୋ ହାଲ୍ଲା, ହୋ ହଲ୍ଲା ଭିତରେ ଶୁନ୍ୟକାଲ ଆଲୋଚନା ଜାରି।

Share

Leave a Reply

Your email address will not be published. Required fields are marked *

1 + 16 =