ଅମୃତ ଯୋଜନା କାର୍ଯ୍ୟକାରିତାରେ ଓଡିଶା ଦୁଇ ନମ୍ବର

ଭବନେଶ୍ବର () ଅମୃତ ଯୋଜନା କାର୍ଯ୍ୟକାରିତାରେ ଓଡିଶା ସର୍ବଭାରତୀୟ ସ୍ତରରେ ଦୁଇ ନମ୍ବର ସ୍ଥାନରେ ରହିଛି । ଏଥିପାଇଁ ଆଜି କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡିଶାକୁ ସମ୍ବର୍ଦ୍ଧିତ କରାଯାଇଛି । ଓଡିଶା ପକ୍ଷରୁ ବିଭାଗୀୟ ସଚିବ ଜି.ମାଥିଭାଥନନ ପରୁସ୍କାର ଗ୍ରହଣ କରିଛନ୍ତି ।

ରାଜ୍ୟର 9ଟି ସହରରେ ଅମୃତ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଓଡିଶା ସର୍ବଭାରତୀୟ ରାଙ୍କିଙ୍ଗରେ 53.19 ମାର୍କ ରଖିଛି । ଆନ୍ଧ୍ରପ୍ରଦେଶ 54.11 ମାର୍କ ରଖି ପ୍ରଥମ ସ୍ଥାନରେ ରହିଛି । ସହରାଞ୍ଚଳରେ ସଂସ୍କାର ଆଣିବା କ୍ଷେତ୍ରରେ ରାଜ୍ୟ ସରକାର ଅନେକଗୁଡିଏ ଆକିଦୃଶିଆ ପଦକ୍ଷେପ ନେଇଥିବାରୁ ଗତ ତିନି ବର୍ଷ ହେଲା 2015-16, 2016-17 ଓ 2017-18ରେ ଓଡିଶାକୁ ସ୍ବତନ୍ତ୍ର ପ୍ରୋତ୍ସାହନ ରାଶି ମିଳୁଛି । ଏଭିତରେ ରାଜ୍ୟ ସରକାର 41 କୋଟି 66 ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପାଇଲେଣି ।

ଅମୃତ ଯୋଜନାରେ ରାଜ୍ୟମାନେ 11ଟି ସଂସ୍କାରକୁ 4 ବର୍ଷରେ କାର୍ଯ୍ୟକାରୀ କରିବା ଆବଶ୍ୟକ । ଏଦିଗରେ ଓଡିଶା ସରକାର ଉଲ୍ଲେଖନୀୟ ସଫଳତା ପାଇଛନ୍ତି । ଏହିସବୁ ସଂସ୍କାର କାର୍ଯ୍ୟକାରୀ କରିବାରେ କଟକ, ଭୁବନେଶ୍ବର ଓ ବ୍ରହ୍ମପୁରରେ 95 ପ୍ରତିଶତ ସଫଳତା ମିଳିଥିବା ବେଳେ ପୁରୀରେ 94.1 ପ୍ରତିଶତ, ବାଲେଶ୍ବରରେ 93.5 ପ୍ରତିଶତ, ବାରିପଦାରେ 92.9 ପ୍ରତିଶତ, ସମ୍ବଲପୁରରେ 91.8 ପ୍ରତିଶତ, ରାଉଲକେଲାରେ 91.1 ପ୍ରତିଶତ ଏବଂ ଭଦ୍ରକରେ 90.5 ପ୍ରତିଶତ ସଫଳତା ମିଳିଛି ।

ଆଗକୁ ସବୁ ଘରେ ପନୀୟ ଜଳ ପହଁଚାଇବା ପାଇଁ ପାନୀୟ ଜଳ ପ୍ରକଳ୍ପକୁ ସର୍ବାଧିକ ଗୁରୁତ୍ବ ଦେବାକୁ ନିଷ୍ପତ୍ତି ହୋଇଛି । ଏକ ସମୀକ୍ଷାରୁ ଜଣାପଡିଛି ଯେ, ଅମୃତ ଯୋଜନାରେ ମୋଟ 192ଟି ପ୍ରକଳ୍ପକୁ ମଂଜୁରୀ ମିଳିଥିବା ବେଳେ ସେ ମଧ୍ୟରୁ 130ଟି ହେଉଛି କେବଳ 48ଟି ପାର୍କ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏବେ ସୁଦ୍ଧା 187ଟି ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରଦାନ କରାସରିଛି । ସେ ମଧ୍ୟରୁ ଏବେସୁଦ୍ଧା 1810 କୋଟି ଟଙ୍କା ବ୍ୟୟରେ 42ଟି ପ୍ରକଳ୍ପ କାମ ସରିଛି । ଏହିସବୁ ପ୍ରକଳ୍ପ ପାଇଁ କେନ୍ଦ୍ର ଓ ରାଜ୍ୟ 50 ପ୍ରତିଶତ ଲେଖାଏଁ ଅର୍ଥଭାର ବହନ କରିଥାନ୍ତି ।

Share

Leave a Reply

Your email address will not be published. Required fields are marked *

16 − two =