ଓଡ଼ିଶାବାସୀଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର: ଆଜି ମହାବିଷୁବ ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ । ଆଜିଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ । ଓଡିଆ ପରମ୍ପରାର ଏହି ଦିନକୁ ପ୍ରଟିତି ଓଡ଼ିଆ ପାଳନ କରିଥାଏ ଏବଂ ଯେହେତୁ ଆଜି ଠାରୁ ଓଡିଆ ପଞ୍ଜିକା ଆରମ୍ଭ ହୋଇଥାଏ ତେଣୁ ଏହି ଦିନକୁ ଓଡିଆ ନବବର୍ଷ ବୋଲି ମଧ୍ୟ ପାଳନ କରାଯାଇଥାଏ ।

ତେବେ ଓଡ଼ିଆ ନବବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ନିଜର ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ଟ୍ୱିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଓଡ଼ିଆ ନବବର୍ଷ ଏବଂ ପଣାସଂକ୍ରାନ୍ତି ଉପଲକ୍ଷେ ପ୍ରତିଟି ଓଡିଆଙ୍କୁ ମୋର ଶୁଭେଛା । ସଭିଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ସୁଖ ସମୃଦ୍ଧି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଭଳି ମୁଖ୍ୟମନ୍ତ୍ରୀ ମଧ୍ୟ ଓଡିଶାବାସୀଙ୍କ ପାଇଁ ଶୁଭେଚ୍ଛା ବାର୍ତ୍ତା ଜାରି କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଓ ଅସୀମ ଆଶୀର୍ବାଦ ସଭିଙ୍କ ଉପରେ ରହିଥାଉ ବୋଲି ଟ୍ୱିଟ କରି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ଗୃହମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇବା ସହ ଶୁଖ, ସମୃଦ୍ଧି ଓ ଶାନ୍ତି ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ କାମନା କରିଛନ୍ତି। ସେହିଭଳି ପୋଲିସ ଡିଜି ଅଭୟ ମଧ୍ୟ ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଉପଲକ୍ଷେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

five − three =