ରାଜ୍ୟ ସରକାର ଗଠନ କଲେ ଓବିସି କମିଶନ

ଭୁବନେଶ୍ୱର() ରାଜ୍ୟ ସରକାର ପୁଣିଥରେ ଓବିସି କମିଶନ ପୁର୍ନଗଠନ କରିଛନ୍ତି। କମିଶନ ଅଧ୍ୟକ୍ଷ ଭାବେ ଜଷ୍ଟିସ ରଘୁନାଥ ବିଶ୍ୱାଳଙ୍କୁ ନିଯୁକ୍ତି ମିଳିଛି। ଅଧ୍ୟକ୍ଷଙ୍କ ସହ ୩ ସଦସ୍ୟ ଓ ଜଣେ ସଦସ୍ୟ ସଚିବ ନିଯୁକ୍ତ ମିଳିଛି । କମିଶନର ସଦସ୍ୟ ଭାବେ ପ୍ରଫେସର ନବୀନ ରଥ, ପ୍ରଫେସର ମିତାଲି ଚିନ୍ନାରା ଓ ଡକ୍ଟର ପ୍ରସନ୍ନ କୁମାର ପାତ୍ରଙ୍କୁ ମନୋନୀତ କରାଯାଇଥିବାବେଳେ କମିଶନ ସଦସ୍ୟ ସଚିବ ଭାବେ ଆଇଏଏସ ଅଫିସର ବୀରବିକ୍ରମ ଯାଦବ କାର୍ୟ୍ୟ କରିବେ।

କମିଶନଙ୍କ ସମସ୍ତ ସଦସ୍ୟଙ୍କ କାର୍ୟ୍ୟକାଳ ସର୍ବାଧିକ ୩ବର୍ଷ ରହିବ। ଆଜି ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ରାଜ୍ୟ ଓବିସି ଆକ୍ଟ-୧୯୯୩ର ପ୍ରାବଧାନ ଅନୁସାରେ କମିଶନ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ନିଯୁକ୍ତି ଦିଆଯାଇଛି।

Share

Leave a Reply

Your email address will not be published. Required fields are marked *

11 − six =