ଭିଡ଼ିଓ କନଫରେନ୍ସିଂରେ ସରପଞ୍ଚମାନଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର()  “ମୁଁ ଶପଥ କରି କହୁଅଛି ଯେ, ମୋ ପଂଚାୟତରେ କରୋନାକୁ ରୋକିବା ପାଇଁ ମୋତେ ଦିଯାଆଇଥିବା ଦାୟିତ୍ୱ, ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ପାଳନ କରିବି । ଅନ୍ୟ ରାଜ୍ୟରୁ ଗାଁକୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖିବି । ସେମାନଙ୍କ ରହିବା, ଖାଇବା ଓ ଚିକିତ୍ସାର ଉଚିତ ବ୍ୟବସ୍ଥା କରିବି । କରୋନାକୁ ରୋକିବା ପାଇଁ ସରକାରଙ୍କର ସବୁ ପଦକେ୍ଷପକୁ ମୋ ପଂଚାୟତର ଭାଇଭଉଣୀଙ୍କ ମଙ୍ଗଳ ପାଇଁ କଡାକଡି ଭାବେ ପାଳନ କରିବି । ମୋ ପଂଚାୟତରେ କରୋନାକୁ ପଶିବାକୁ ଦେବି ନାହିଁ ।”

ରାଜ୍ୟରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୬୭୯୮ ପଂଚାୟତର ସରପଞ୍ଜଙ୍କୁ ସେମାନଙ୍କ ଦାୟିତ୍ୱର ଏହି ଶପଥ ପାଠ କରାଇଛନ୍ତି । ଅନ୍ୟ ରାଜ୍ୟରୁ ଗାଁକୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖିବା ଏବଂ ସେମାନଙ୍କର ରହିବା, ଖାଇବା, ଚିକିତ୍ସାର ଉଚିତ ବ୍ୟବସ୍ଥା କରିବା ସହିତ ଗାଁରେ କରୋନାକୁ ପଶିବାକୁ ଦେବେ ନାହିଁ ବୋଲି ମଧ୍ୟ ସେମାନେ ଶପଥ ନେଇଥିଲେ । ସବୁ ସରପଞ୍ଚଙ୍କ ସହ ବ୍ଲକ ସ୍ତରରୁ ଭିଡିଓ କନଫରେନ୍ସିଂରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ସରପଞ୍ଚଙ୍କ ଦକ୍ଷତା ଉପରେ ଭରାସା ରଖି ମୁଖ୍ୟମନ୍ତ୍ରୀ କହିଛିନ୍ତି ଯେ, ଯଦି ସେମାନେ ସରକାରଙ୍କ ପଦକେ୍ଷପକୁ କଡାକଡି ଭାବେ ଅନୁପାଳନ କରିବେ ତେବେ ଗାଁରେ କରୋନା ପଶିପାରିବ ନାହିଁ । ଏଥିପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ପଦକେ୍ଷପ ଯୋଗୁ ଗ୍ରାମାଞ୍ଚଳରେ ସରପଞ୍ଚମାନେ ହିଁ ଆଗଧାଡିର କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରିବେ ।

୫-ଟି ସଚିବ ସରପଞ୍ଚମାନଙ୍କ ସହ ଆଲୋଚନା କରି ଗ୍ରାମାଞ୍ଚଳରେ କରୋନା ସଂକ୍ରମଣକୁ ରୋକିବା ପାଇଁ କିଛି ସୁଚିନ୍ତିତ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ଓଡିଶା ବାହାରୁ ପ୍ରାୟ ୫ ଲକ୍ଷ ଓଡିଆ ନିଜ ନିଜ ଗାଁକୁ ଫେରିବାର ସମ୍ଭାବନା ରହିଛି । ପ୍ରତେ୍ୟକ ସରପଂଚ ନିଜ ପଂଚାୟତକୁ ଆସିବାକୁ ଥିବା ଲୋକଙ୍କ ସମ୍ଭାବନାକୁ ଦୃଷ୍ଟିରେ ରଖି କ୍ୱାରେଣ୍ଟାଇନର ବ୍ୟବସ୍ଥା କରିବାକୁ ପଡିବ । ଏଥିପାଇଁ ରାଜ୍ୟ ସରକାର ଅପେ୍ରଲ ୨୪ ତାରିଖରେ ଏକ ପୋର୍ଲାଟ ଖୋଲିବେ ଏବଂ ଆସୁଥିବା ସବୁ ଲୋକଙ୍କ ଆତ୍ମୀୟ ଓ ପରିବାର ଯେପରି ନିଶ୍ଚିତ ଭାବେ ଏହି ପୋର୍ଟାଲରେ ପଂଜିକରଣ କରିବେ, ତାହା ସୁନିଶ୍ଚିତ କରିବା ହେଉଛି ସରପଂଚଙ୍କ ଦାୟିତ୍ୱ । ଏଥିପାଇଁ ସବୁ ପଂଚାୟତ ପାଇଁ ଜଣେ ନୋଡାଲ ଅଫିସର ରହିବା ସହ ବିଡିଓମାନେ ପ୍ରତି ପଂଚାୟତର ତଦାରଖ ପାଇଁ ଏକ ୫ଜଣିଆ ଟିମ ଗଠନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତା ପରେ ସରପଞ୍ଚମାନେ ଗାଁର ସୁରକ୍ଷା ପାଇଁ ନେଇଛନ୍ତି ଉତ୍ତର ଦାୟିତ୍ୱ ।

କରୋନା ରୋଗର କୌଣସି ମେଡିସିନ ବା ଭ୍ୟାକସିନ ବାହାରି ନାହିଁ । କେବଳ ସାମାଜିକ ଦୂରତା ଏବଂ ସଚେତନତା ଦ୍ୱାରା ହିଁ ଏହାକୁ ରୋକିହେବ । ଖାସ ସେଥିପାଇଁ ସରପଞ୍ଚଙ୍କ ଦକ୍ଷତା ଉପରେ ଭରସା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସେମାନେ ଚାହିଁଲେ ଗାଁରେ ପଶିପାରିବନି କରୋନା । 

Share

Leave a Reply

Your email address will not be published. Required fields are marked *

two × three =