ଐତିହ୍ୟ କ୍ଷେତ୍ର ବିକାଶ ମାନଚିତ୍ରରେ ସାମିଲ ହେଲା ବରଗଡର ନୃସିଂହନାଥ ମନ୍ଦିର

ଭୁବନେଶ୍ବର () ରାଜ୍ୟ ସରକାରଙ୍କ ଫୋକସ୍‌ରେ ରହିଛି ପଶ୍ଚିମ ଓଡ଼ିଶା । ବିଭିନ୍ନ ଐତିହ୍ୟ କ୍ଷେତ୍ରର ହେବ ରୂପାନ୍ତରଣ। ଏନେଇ ଆଜି ବରଗଡ଼ ଓ ବଲାଙ୍ଗୀର ଗସ୍ତରେ ଯାଇଛନ୍ତି 5-T ସଚିବ ଭିକେ ପାଣ୍ଡିଆନ୍ । ପ୍ରଥମେ ବରଗଡ଼ରେ ପହଞ୍ଚି ପାଇକମାଳ ନୃସିଂହନାଥ ମନ୍ଦିର ପରିଦର୍ଶନ କରିବା ସହ ଉନ୍ନତି କାର୍ଯ୍ୟର ସମୀକ୍ଷା କରିଛନ୍ତି ୫Tସଚିବ ।

ସାଙ୍ଗରେ ଅଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ମୁଖ୍ୟ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା । ବରଗଡରେ ନୃସିଂହନାଥଙ୍କ ଦର୍ଶନ କରିବା ସହ ମନ୍ଦିର ପରିସର ବୁଲି ଦେଖିଛନ୍ତି । ମନ୍ଦିରର ବିକାଶ ପାଇଁ ମନ୍ଦିର କମିଟି ପକ୍ଷରୁ ଧର୍ମଶାଳାର ନବୀକରଣ ଏବଂ ନୂତନ ଧର୍ମଶାଳା ନିର୍ମାଣ, ନୃସିଂହନାଥ-ହରିଶଙ୍କର ରୋପ ୱେ ନିର୍ମାଣ, ଯାତ୍ରୀ ପ୍ରତୀକ୍ଷାଳୟ, ନୂତନ ଇକୋ ପାର୍କ, ଶିଶୁ ଉଦ୍ୟାନ, ନୂତନ ଅଫିସ ଗୃହ ନିର୍ମାଣ ପରି ୨୦ଟି ପ୍ରସ୍ତାବ 5T ସଚିବଙ୍କୁ ଦିଆଯାଇଛି।

ପାଇକମାଳ ସ୍ବାସ୍ଥ୍ଯ କେନ୍ଦ୍ରକୁ ଗୋଷ୍ଟି ସ୍ବାସ୍ଥ୍ଯକେନ୍ଦ୍ର କରାଯିବା, ପାଇକମାଳକୁ ଏନ.ଏ.ସି. କରାଯିବା ପାଇଁ, ପାଇକମାଳରେ ବ୍ଲକ୍ ସ୍ଥିତ ପୁରୁଣା କାର୍ଯ୍ୟାଳୟକୁ ଜେଏମଏଫସି କୋଟ ଶିଘ୍ର କରାଯିବା, ପାଇକମାଳ ଠାରେ ଗୋଟିଏ ନୁତନ ୧୩୨/୩୩ କେଭି ଗ୍ରୀଡ ସ୍ଥାପନ କରଯିବା ନେଇ ପାଇକମାଳ ନାଗରିକ କମିଟି ଓ ପାଇକମାଳ ବିଜୁ ଜନତା ଦଳ ପକ୍ଷରୁ ଅଲଗା ଅଲଗା ଦାବିପତ୍ର ପ୍ରଦାନ କରାଯାଇଥିଲା । ପରେ ହରିଶଙ୍କର ପରିଦର୍ଶନ ସହ ସ୍ଥିତିର ସମୀକ୍ଷା କରିଛନ୍ତି 5T ସଚିବ । ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ମଧ୍ୟ ତଦାରଖ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

five × one =