କରୋନା ପରବର୍ତ୍ତୀ ସମ୍ଭାବନାର ସୁଯୋଗ ପାଇଁ ଉଦ୍ୟମ କରିବା : ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର () ଉପସାଗରୀୟ ଦେଶ ସମୂହର ୬ଟି ପ୍ରମୁଖ ଦେଶରେ ରହୁଥିବା ଓଡିଆ ସମାଜର ବ୍ୟକ୍ତିମାନଙ୍କ ସହ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କରୋନା ପରବର୍ତୀ ପରିସ୍ଥିତିରେ ଭାରତ ବିଶ୍ୱ ଅର୍ଥନୀତିର ସମ୍ଭାବନାର କେନ୍ଦ୍ର ହେବା ନେଇ ଆକଳନ କରାଯାଉଛି । ଭାରତ ପାଇଁ ସୃଷ୍ଟି ହେଉଥିବା ସମ୍ଭାବନାକୁ କିପରି ଆମ ରାଜ୍ୟ ଓଡିଶା ମୁହାଁ କରିହେବ ଏବଂ ଓଡିଶା ଏଥିରୁ ଲାଭ ପାଇପାରିବ, ଏହା ଜଣେ ଓଡିଆ ଭାବରେ ସମସ୍ତଙ୍କ ଦାୟିତ୍ୱ ବୋଲି
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୂରଦୃଷ୍ଟି ସମ୍ପନ୍ନ କରୋନା ମୁକାବିଲା ଭାରତକୁ ଲାଭ ଦେଇଛି । ପ୍ରଧାନମନ୍ତ୍ରୀ ପ୍ରଥମେ ଜୀବନ ଏବଂ ପରେ ଜୀବିକା ବୋଲି କହି ଭାରତର ପ୍ରତ୍ୟେକ ନାଗରିକଙ୍କ ଜୀବନ ବଂଚାଇବା ଉପରେ ଗୁରୁତ୍ୱ ଦେଇଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କ ଜୀବନ ସହ
ଜୀବିକାର ସୁରକ୍ଷାର କଥା କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମରେ ଆଗାମୀ ଦିନ ମାନଙ୍କରେ ଭାରତ ବିଶ୍ୱର ବଡ ବ୍ରାଣ୍ଡ୍ ହେବ । ଭାରତର ବଜାର ପାଖରେ ବଡ ଶକ୍ତି ରହିଛି । ଆଗାମୀ ଦିନରେ ଭାରତ ସବୁଠାରୁ ବଡ ତୈଳ ବଜାର ହେବାର ସମ୍ଭାବନା ନେଇ ଭାରତର ବିଶ୍ୱ ବଜାରରେ ସୁବିଧାଜନକ ସ୍ଥିତି ହେବ ବୋଲି ସୂଚନା ଦେଇଥିଲେ ଶ୍ରୀ ପ୍ରଧାନ ।

ଉପସାଗରୀୟ ଦେଶ ଗୁଡିକରେ ଓଡିଆ ସମାଜର ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ଥିତି ଏବଂ ସ୍ୱଦେଶ ଫେରିବା ଇଚ୍ଛା ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ୟୁଏଇ, କତାର, ସାଉଦି ଆରବ,ବାହାରିନ, କୁଏତ ଏବଂ ଓମାନର ୧୫ରୁ ଉର୍ଦ୍ଧ୍ୱ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ । ଏହି ଅବସରରେ ଓଡିଆ ବ୍ୟକ୍ତିମାନେ କୋଭିଡ୍‌-୧୯ ପାଇଁ ସେଠାକାରଙ୍କ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ, ଓଡିଆ ସମୁଦାୟଙ୍କ ରହଣୀ ବା ସଙ୍ଗରୋଧ ଓ ସମସ୍ୟା ଉପରେ ଆଲୋକପାତ କରିଥିଲେ ।

Share

Leave a Reply

Your email address will not be published. Required fields are marked *

16 + three =